ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଠାରେ ଶିବଶକ୍ତି ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟଘାଟ ଉପଲକ୍ଷେ ଏକ ବିଶାଳ ନୃତ୍ୟ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଗାଁ ଗୌନ୍ତିଆ ଲିଙ୍ଗରାଜ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, ପୂର୍ବତନ ସରପଞ୍ଚ ଅନନ୍ତ ପ୍ରଧାନୀ ଓ ଏଏସଆଇ ରଥ ଯୋଗଦେଇଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ ଧବଳେଶ୍ୱର ଠେଲା ଓ ନୀରଜ କୁମାର ଦାସ ଦାୟିତ୍ୱ ନିର୍ବାହ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ନୃତ୍ୟ ଦଳମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।ଶେଷରେ ପ୍ରଥମ ସ୍ଥାନରେ ଜେ ୨୨ ଡ୍ୟାନ୍ସ ଗ୍ରୁପ, ସାଇଁନ୍ତଳା, ଦ୍ୱିତୀୟ ସ୍ଥାନରେ ଏମ.ବି.ବି.ଆର ଡ୍ୟାନ୍ସ ଗ୍ରୁପ, ଟିଟିଖୋଲା, ଭବାନୀପାଟଣା ଏବଂ ତୃତୀୟ ସ୍ଥାନରେ ବାଇଗୁଡା ଡ୍ୟାନ୍ସ ଗ୍ରୁପ, ଫୁଲବାଣୀ ପୁରସ୍କୃତ ହୋଇଥିଲେ।ଅନୁଷ୍ଠାନର ସଭାପତି ଡିଲେଶ୍ୱର ସାହୁଙ୍କ ସମେତ ନରେନ୍ଦ୍ର ସାହୁ, ଜଗସନ ସାହୁ, ବିନୟ ସାହୁ, ମକାରୁ ବେହେରା, ହମିତ ସାହୁ, ଆଲୋକ ସାହୁ, ପିଙ୍କୁ ସାହୁ, ରୁନୁ ସାହୁ, ଧର୍ମେନ୍ଦ୍ର ସାହୁ, ନୃପ ସାହୁ, ଫାଲଗୁନି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଞ୍ଚକୁ ମଧୁ ସୂଦନ ବାବା ଓ ମିସ୍ ନିଲୁ ସଞ୍ଚାଳନ କରିଥିଲେ।





