ନର୍ଲା ବ୍ଲକ୍ ଅଞ୍ଚଳରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସମସ୍ତ ୨୬ ଗୋଟି ଗ୍ରାମ ପଞ୍ଚାୟତ ଗୁଡିକରେ ଗୁରୁବାର ଗ୍ରାମସଭା ମାନ ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟ ନିମନ୍ତେ ପ୍ରସ୍ତାବ ସବୁ ଆଗତ କରାଯାଇଛି । ଲୋକଙ୍କ ଯୋଜନା ଅଭିଯାନ ନାମରେ ଏହି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ ବିକାଶ ପାଇଁ ଏଥିରେ ଯୋଜନା ଗୁଡିକକୁ ନେଇ ପ୍ରସ୍ତାବ ମାନ ଆଗତ କରାଯାଇଥିଲା । ବିଶେଷ କରି ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା, ମାଣ୍ଡେଲ, ଭୀମକେଲା, ଘଣ୍ଟମାଳ, ଭାନପୁର, ବାଗପୁର, ରୁପ୍ରାରୋଡ, ସରିଆଁ, ରାକ୍ସୀ, ଉଲିକୁପା ପ୍ରଭୃତି ଗ୍ରାମ ପଞ୍ଚାୟତରେ ଅତି ଶୃଙ୍ଖଳାର ସହିତ ଗ୍ରାମ ସଭା ସବୁ ଅନୁଷ୍ଠିତ ହୋଇଯାଇଛି । ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଅନୁଷ୍ଠିତ ହୋଇଥିବା ବେଳେ ନାଏବ ସରପଞ୍ଚ ମଧ୍ୟ ମଞ୍ଚାସୀନ ଥିଲେ । ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସମସ୍ତ ୧୨ ଗୋଟି ୱାର୍ଡର ୱାର୍ଡ ସଦସ୍ୟ ସଦସ୍ୟା, ସରପଞ୍ଚଙ୍କ ସ୍ୱତନ୍ତ୍ର ପ୍ରତିନିଧି ବିଜୟ ବୁଦ୍ଧିଆ,ଦେଯାଗାଣ ସହାୟକ ଟଙ୍କଧର ସା, ବରିଷ୍ଠ ନାଗରିକ ବୀରକିଶୋର ମାଝୀ ପ୍ରମୁଖ ଉପସ୍ଥିତ ରହି ସୁ ଚିନ୍ତିତ ବିକାଶ ମୂଳକ ପ୍ରସ୍ତାବ ମାନ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିଭଳି ଉଲିକୁପା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦୀପାଞ୍ଜଳୀ ଶବରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମ ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଉଲିକୁପା ଗ୍ରାମ ପଞ୍ଚାୟତର ବିକାଶ ପାଇଁ ବିଭିନ୍ନ ଗ୍ରାମରେ ବାକି ରହିଯାଇଥିବା ଜନ ହିତକର ବିକାଶ ମୂଳକ ଯୋଜନା ଗୁଡିକ ଉପରେ ପ୍ରସ୍ତାବ ଦେଇଥିଲେ । ଏଥିରେ ନାଏବ ସରପଞ୍ଚ ରୀତା ମାଝୀ, ୱାର୍ଡ ସଦସ୍ୟ/ସଦସ୍ୟା ଓ ଉଲିକୁପା ଗ୍ରାମ ପଞ୍ଚାୟତର ଅଞ୍ଚଳର ସମସ୍ତ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ । ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋହିତ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିଭଳି ଭାନପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ, ଭୀମକେଲା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଜୟନ୍ତ ଗଉଡଙ୍କ ଅଧ୍ୟକ୍ଷତାରେ, ବାଗପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଗୋପାଳ ହାତୀଙ୍କ ଅଧ୍ୟକ୍ଷତାରେ, ରୁପ୍ରାରୋଡ ରେ ସରପଞ୍ଚ ହେମନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ, ରାକ୍ସୀ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଯେମନ୍ତ ପୋଢଙ୍କ ଅଧ୍ୟକ୍ଷତାରେ, ସରିଆଁ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓମପ୍ରକାଶ ଛତ୍ରୀଆଙ୍କ ଅଧ୍ୟକ୍ଷତାରେ, ମାଣ୍ଡେଲ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଅଧ୍ୟକ୍ଷତାରେ, ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦେବେନ୍ଦ୍ର ସାଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା । ଘଣ୍ଟମାଳ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାନାମ୍ବର ଦାସ୍ ଗ୍ରାମ ସଭା ପରିଚାଳନା କରିଥିଲେ । ଏହି ସ୍ୱତନ୍ତ୍ର ଗ୍ରାମସଭା ଗୁଡିକରେ ମନରେଗା ଯୋଜନାରେ ମାଟିକାମ ପାଇଁ ରାସ୍ତା, ପାନୀୟ ଜଳ ନିମନ୍ତେ ନଳକୂଅ, ଗ୍ରାମର ପୋଖରୀ ଗୁଡିକରେ ଗାଧୁଆ ତୁଠ ନିର୍ମାଣ, ବିଦ୍ୟାଳୟ ଗୁଡିକର ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ପାଚେରୀ କାନ୍ଥ ନିର୍ମାଣ ଓ ମରାମତି, ଗାଁ ଗୁଡିକରେ ବାକି ରହିଥିବା କଂକ୍ରୀଟ ରାସ୍ତା ନିର୍ମାଣ ଭଳି ପ୍ରସ୍ତାବ ଗୁଡିକ ଆଗତ କରାଯାଇ ଏକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ଗ୍ରାମସଭା ର ନୋଡାଲ ଅଫିସର ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ଗ୍ରାମ ପଞ୍ଚାୟତ ଗୁଡିକର ଗ୍ରାମସଭା ମିଟିଂ ସ୍ଥଳକୁ ଯାଇ ସମୀକ୍ଷା କରିଥିଲେ । ନର୍ଲା ବ୍ଲକ ର ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ବ୍ଲକ୍ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ, ନର୍ଲା ଆରଡବ୍ଲୁଏସଏସର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ଅମିତ କୁମାର ସିଂ, ବିଚିତ୍ରା ନନ୍ଦ ନାଏକ, ସଂଯୁକ୍ତା ପାଣି ପ୍ରମୁଖ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଯାଇ ସ୍ୱତନ୍ତ୍ର ଗ୍ରାମ ସଭାର ପର୍ଯ୍ୟବେକ୍ଷଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.