ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ମ୍ୟୁନସିପାଲଟିର ୱାର୍ଡ ନଂ ୨ ସ୍ଥିତ କୁଶାଡୁଙ୍ଗରି ଠାରେ ଆଜି ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ, ସାଇନିଙ୍ଗ କଳାହାଣ୍ଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଏବଂ କୁଶାଡୁଙ୍ଗରିର ବିଭିନ୍ନ ଲୋକେ ସାମିଲ ହୋଇ କୁଶାଡୁଙ୍ଗରିର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସୂଚନା ଯୋଗ୍ୟ ଯେ, କୁଶାଡୁଙ୍ଗରି ୨୦୧୬ ଭବାନୀପାଟଣାରେ ଯେତେବେଳେ ସହରକୁ ବିଭିନ୍ନ ସ୍ଲମସ ଏରିଆ ମାନଙ୍କୁ ଭଙ୍ଗାଯାଇ ଗୋଟିଏ ଜାଗାରେ ରଖାଯାଇଥିଲା । ସେ କ୍ରମ ଭିତରେ କୁଶାଡୁଙ୍ଗରି ଠାରେ କିଛି ୱାର୍ଡ ନଂ ୧, ୨, ୩ ର ଲୋକ ମାନଙ୍କୁ ସେଠି ରଖାଗଲା ଏବଂ ୱାର୍ଡ ନଂ ୧୦, ୧୧, ୧୬, ୧୭, ୧୮ କୁ ଇଞ୍ଜିନିଅରିଙ୍ଗ କଲେଜ ସାମ୍ନାରେ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କୁଶାଡୁଙ୍ଗରିର ଲୋକେ ଯାହା ୱାର୍ଡ ନଂ ୨ ରେ ୧ହଜାର ଲୋକ ସଂଖ୍ୟା । ବର୍ତ୍ତମାନ ସେମାନେ ରହୁଛନ୍ତି ଯେଉଁ କୁଶାଡୁଙ୍ଗରି ଅଞ୍ଚଳ ଯାହା ଶ୍ରୀପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଅଟେ । ଏଣୁ ଦ୍ଵନ୍ଦରେ ଲୋକେ ରହୁଛନ୍ତି ସେମାନେ ୱାର୍ଡ ୨ ମ୍ୟୁନସିପାଲଟିର ନା ଶ୍ରୀପୁର ଗ୍ରାମ ପଞ୍ଚାୟତର ଅଟନ୍ତି ।
ସୂଚନା ଯୋଗ୍ୟ ଯେ, ସେମାନେ ୱାର୍ଡ ନଂ ୨ ର ଭୋଟର ଯେହେତୁ ସେଠି ସେମାନେ ରହିବା ପାଇଁ ଚାହୁଁଛନ୍ତି । ଦୀର୍ଘଦିନର ପ୍ରଶାସନ ସେଠି ଯେତେବେଳେ ରଖିଥିଲେ, ସେ ସମୟରେ ଜିଲ୍ଲାପ୍ରଶାସନ ସମସ୍ତଙ୍କୁ କହିଥିଲେ ମାସେ ୨ ମାସ ଭିତରେ ତାଙ୍କର ଆନୁସଙ୍ଗିକ ସମସ୍ୟା ଏବଂ ବିଶେଷ କରିକି ଘର ଦିଆଯାଇ ରଖାଯିବ, ବିଜୁଲି ପାନୀୟ ସବୁ ବ୍ୟବସ୍ଥା କରାଯିବ । ଯଦିଓ ବିଜୁଳି ପାନୀୟର ଅସୁବିଧା କରାଗଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୦୦ ଲୋକଙ୍କର ଘର ନାହିଁ, ପଟ୍ଟା ନାହିଁ ଏବଂ ମ୍ୟୁନସିପାଲଟିରେ ଅଛନ୍ତି ବୋଲି ବର୍ତ୍ତମାନ ସ୍ପଷ୍ଟୀକରଣ ନାହଁ । ଏ ବିଷୟ ଉପରେ ଗତ ଦିନ ମାନଙ୍କରେ ଜିଲ୍ଲା ପ୍ରଶାସନକୁ କୁଶାଡୁଙ୍ଗରିବାସୀ ଜଣାଇଛନ୍ତି ।
ନୂତନ କରି ନଗର ପାଳିକା ସଂଯୁକ୍ତା ବେହେରା ମଧ୍ୟ କୁଶାଡୁଙ୍ଗରିକୁ ପରିଦର୍ଶନ କରିଥିଲେ । ଅନ୍ୟାନ୍ୟ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର ସମସ୍ୟାର ସମାଧାନ ୨୦୧୬ ରୁ ଏଯାଏଁ ହୋଇ ପାରିନାହିଁ । ଏହି ସଭାରେ ଅତିଶୀଘ୍ର ଜିଲ୍ଲାପାଳ ଓ ନଗରପାଳିକାକୁ ସାକ୍ଷାତ କରି ଉପରୋକ୍ତ ବିଷୟକୁ ଧ୍ୟାନ ଆକର୍ଷଣ କରିବାକୁ କୁଶାଡୁଙ୍ଗରି ବାସୀ ଡ଼. ଭବାନୀ ଶଙ୍କର ନିଆଲଙ୍କୁ ନିବେଦନ କରିଥିଲେ । ଉକ୍ତ ସଭାରେ ତ୍ରିନାଥ ନାଏକ, ଶରତ ନାଏକ, ରତ୍ନାକର ସତାନାମୀ, ମୋଦି ତାଣ୍ଡି, କାମଦେବ ବାଗ, ପୁଷ୍ପା ନାଏକ, ଗୁଞ୍ଚେ ନାଏକ ପ୍ରମୁଖଙ୍କ ସହ ଓ୍ବାର୍ଡବାସୀମାନେ ଉପସ୍ଥିତ ଥିଲେ ।