ଏହି ଗ୍ରାମରେ ଘରୁ ଘରୁ ବାହାରନ୍ତି ଅପରାଧି

ଓଡ଼ିଆ ବାର୍ତ୍ତା/ ପାଟନା: ବିହାରରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତିଘରୁ କ୍ରିମିନାଲ ବାହାରିବେ । ବିଶେଷ କରି ଚୋରୀ, ଡକାଏତ ଓ ଛିନତାଇର ଆସାମୀ ହେବା ବୋଧହୁଏ ଏମାନଙ୍କ ପାଇଁ ଗର୍ବର ବିଷୟ । କଟିହାର ଜିଲ୍ଲାର କୋଢ଼ା ଅଂଚଳରେ ଜୁରାବଗଂଜ ନାମକ ଏକ ବସ୍ତି ଅଛି । ଏହି ବସ୍ତରେ ୩୦୦ରୁ ଊର୍ଦ୍ଧ୍ୱ ଅପରାଧୀ ରହୁଛନ୍ତି । ଏମାନେ ସମସ୍ତେ କୋଢ଼ା ଗ୍ୟାଙ୍ଗର ଲୋକ ଅଟନ୍ତି । ରାଜସ୍ଥାନର କୀଚଟ ଜନଜାତିର ଲୋକ ଏଠାରେ ଆସି ବସବାସ କରିଥିଲେ । ଅଭାବ ଯୋଗୁ ସେମାନଙ୍କ ସ୍ୱଭାବ ନଷ୍ଟ ହୋଇଥିଲା । ପ୍ରଥମେ ଛୋଟ ଧରଣର ଚୋରୀ କରି ପେଟ ପୋଷୁଥିଲେ ଧିରେ ଧିରେ ଏହା ସମସ୍ତଙ୍କ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ସମସ୍ତେ ଏକତ୍ର ହୋଇ ସଂଗଠନ ତିଆରି କଲେ । ପରସ୍ପରକୁ ସହଯୋଗ କରି ଚୋରୀକୁ ସଫଳ କରିବା ପାଇଁ ଉଦ୍ୟମ ଜାରୀ ରଖିଲେ । ଏବେ ସାରା ଦେଶରେ ଏମାନଙ୍କ ଲୋକ ରହିଛନ୍ତି ଓ ଚୋରୀ କରୁଛନ୍ତି । କାରର ଚାବି ଭାଙ୍ଗିବାଠାରୁ ଆରମ୍ଭ କରି ବାଇକରେ ଚେନ ଛଡେଇ ନେବାରେ ଏମାନେ ଧୂରନ୍ଧର । ଥରେ ପୋଲିସ ଏହି ବସ୍ତି ଉପରେ ଚଢ଼ାଉ କରି ୧୦୦ରୁ ଊର୍ଦ୍ଧ୍ୱ କାର ଜବତ କରିଥିଲା । ଟ୍ରେନରେ ଯାତ୍ରୀଙ୍କ ଉପରେ ସେମାନଙ୍କ ତୀକ୍ଷଣ ନଜର ରହିଥାଏ । ପରସ୍ପରକୁ ସୂଚନା ଦେଇ ସେମାନେ ଲୁଟ କରିଥାନ୍ତି । ଗ୍ରାମରେ ପିଲାମାନଙ୍କୁ ବଡମାନେ ଏ ନେଇ ପ୍ରଶିକ୍ଷଣ ମଧ୍ୟ ଦେଇଥାନ୍ତି । ତେବେ ସେମାନଙ୍କର ବି କିଛି ନୀତି ନିୟମ ଅଛି । ନିଜ ଗ୍ରାମର ୫୦ରୁ ୬୦ କିମି ରେଂଜ ମଧ୍ୟରେ କୌଣସି ଚୋରୀ କରିବେ ନାହିଁ । ସେହିପରି ଚୋରୀ କରିବା ପୂର୍ବରୁ କୂଳଦେବୀଙ୍କୁ ପୂଜା କରିଥାନ୍ତି । ଯଦି କିଏ ଧରା ପଡେ ସେମାନଙ୍କ ପଂଚାୟତ ମୂଖିଆ ତାଙ୍କୁ ଜାମିନରେ ଆଣିବା ପାଇଁ ଉଦ୍ୟମ କରିଥାନ୍ତି । ଆପଣ ଜାଣିଲେ ତ ଏହି କୋଢ଼ ଲୋକଙ୍କ ଏଥର ସାବଧାନ ରହିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.