ଭାରତୀୟ ରେଲଓ୍ବେର ସର୍ଭରରେ ସଂରକ୍ଷିତ ଥିବା ତିନି କୋଟି ଯାତ୍ରୀଙ୍କ ତଥ୍ୟ ହ୍ୟାକ!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ରେଲଓ୍ବେରେ ପଞ୍ଜିକୃତ ହୋଇଥିବା ପାଖାପାଖି ତିନି କୋଟି ଯାତ୍ରୀଙ୍କ ତଥ୍ୟ ହ୍ୟାକ୍ । ଏହି ତଥ୍ୟକୁ ଏବେ ଡାର୍କ ଓ୍ୱେବରେ ବିକ୍ରି ପାଇଁ ରଖାଯାଇଛି ବୋଲି ଡାଟା ହ୍ୟାକର ଦାବି କରିଛନ୍ତି। ଭାରତୀୟ ରେଳବାଇର ଏହା ସବୁଠାରୁ ବଡ଼ ହ୍ୟାକିଂ ବୋଲି ହ୍ୟାକରମାନେ ଦାବି କରିଛନ୍ତି।ଏହା ପୂର୍ବରୁ ନୂଆଦିଲ୍ଲୀ ଏମ୍ସର ଟେକ୍ନିକାଲ ସିଷ୍ଟମକୁ ଚୀନର ଜଣେ ହ୍ୟାକର ହ୍ୟାକ କରିଥିଲେ। ସେମାନେ ପୂରା ସର୍ଭରକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ମଧ୍ୟ ପରେ ଏହାକୁ ସେମାନଙ୍କ କବଜାରୁ ଛଡ଼ାଇ ନିଆଯାଇଥିଲା। ସାଇବର ଅପରାଧୀଙ୍କ ଦ୍ୱାରା ପରିଚାଳିତ ଏକ ଫୋରମରେ ଭାରତୀୟ ରେଳବାଇର ତଥ୍ୟ, ୟୁଜରଙ୍କ ତଥ୍ୟ ଏବଂ ସଦ୍ୟତମ ମାସିକ ଚାଲାଣ ବିକ୍ରି ପାଇଁ ରଖାଯାଇଥାଏ। ହ୍ୟାକ୍ ହୋଇଥିବା ଡାଟାରେ ୟୁଜର ନେମ୍, ଇମେଲ୍, ମୋବାଇଲ୍ ନମ୍ବର, ଜେଣ୍ଡର, ପୂରା ଠିକଣା ଏବଂ ସେମାନଙ୍କର ଭାଷା ପସନ୍ଦ ସାମିଲ ରହିଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।। ଏହି ଡାଟା ସେହି ୟୁଜର୍ସଙ୍କ ଅଟେ ଯେଉଁମାନେ ଇଣ୍ଡିଆନ ରେଲଓ୍ୱେ ପୋର୍ଟାଲରୁ ଟିକେଟ ବୁକ୍ କରିଥାନ୍ତି। ‘ଶାଦୋହାକର’ ନାମକ ନକଲି ନାମ ବ୍ୟବହାର କରିଥିବା ହ୍ୟାକର ସରକାରୀ ଇ-ମେଲ ଆଇଡି ଏବଂ ସରକାରୀ ବ୍ୟକ୍ତିଙ୍କର ସେଲ୍ ଫୋନ୍ ନମ୍ବର ସହ ଡାଟା ମଧ୍ୟ ରଖିଥିବା ଦାବି କରିଛି। ବର୍ତ୍ତମାନ ସୁଦ୍ଧା ଭାରତୀୟ ରେଳବାଇ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ୨୦୨୦ରେ ଦ୍ୱିତୀୟ ଥର ପାଇଁ ରେଲଓ୍ୱେ ଟିକେଟ୍ କିଣୁଥିବା ଲୋକଙ୍କ ଡାଟା ହ୍ୟାକ୍ ହୋଇଛି। ଚଳିତ ବର୍ଷ ମେ ମାସରେ ମଧ୍ୟ ହ୍ୟାକରମାନେ ସ୍ପାଇସ୍ ଜେଟର ସର୍ଭରକୁ ଟାର୍ଗେଟ୍ କରିଥିଲେ। ଏହାପରେ ଅନେକ ବିମାନର ଉଡ଼ାଣକୁ ବାତିଲ କରାଯାଇଥିଲା। ଅନେକ ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.