ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ ଶୋ’ ବେଳେ ଦଳାଚକଟା, ୮ ଜଣଙ୍କର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଅମରାବତୀ: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର କାନ୍ଦୁକୁର ଠାରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ୍ ଶୋ’ ସମୟରେ ଅଣାୟତ ଭିଡରୁ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରେ ଅନେକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏକ ନାଳକୁ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡୁ ଜିଲ୍ଲା ପରିଦର୍ଶନ କରିଥିଲେ ଏବଂ ହଜାର ହଜାର ସମର୍ଥକ ତାଙ୍କୁ ସ୍ୱାଗତ କରିବା ପାଇଁ କାନ୍ଦୁକୁରରେ ଏକାଠି ହୋଇଥିଲେ। ଏହି ସମୟରେ ଭିଡ ବେକାବୁ ହୋଇଥିଲା। ଏହି ଘଟଣା ପରେ ଚନ୍ଦ୍ରବାବୁ ନାଇଡୁ ରୋଡ୍ ସୋ ଛାଡି ହସ୍ପିଟାଲକୁ ଯାଇଥିଲେ ଯେଉଁଠାରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି। ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ଏନଟିଆର ଟ୍ରଷ୍ଟ ଶିକ୍ଷାନୁଷ୍ଠାନରେ ସେମାନଙ୍କ ପିଲାମାନଙ୍କର ଶିକ୍ଷା ଦେବାକୁ ଘୋଷଣା କରିଛନ୍ତି।

Omkar Vasthu
Omkar Vasthu

ବିଜେପି ନେତା କେ ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ ଏହି ଘଟଣାରେ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ଟିଡିପି ରାଲିରେ ୭ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜ୍ୟ ସରକାରଙ୍କୁ ଜରୁରୀକାଳୀନ ଚିକିତ୍ସା ସହାୟତା ଯୋଗାଇଦେବାକୁ ଅନୁରୋଧ କରୁଛି। ପୀଡିତାଙ୍କ ପରିବାର ପ୍ରତି ଗଭୀର ସମବେଦନା।”

Pearl dental clinic
Near Ashish Medical Store, Bhawanipatna

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରତି ଜିଲ୍ଲାରେ ନିର୍ବାଚନୀ ସଭା କରୁଛନ୍ତି ନାଇଡୁ। କାର୍ଯ୍ୟକ୍ରମ ଅନୁଯାୟୀ ନେଲୋର ଜିଲ୍ଲାର କାନ୍ଦୁକୁର ଠାରେ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଦ୍ୱାରା ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ନାଇଡୁ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହା ପୂର୍ବରୁ ଅଘଟଣ ଘଟିଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.