ବିଶ୍ଵନାଥପୁରଠାରେ କଂଗ୍ରେସର ହାତସେ ହାତଯୋଡୋ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଠାରେ ଲାଞ୍ଜିଗଡ଼ କଂଗ୍ରେସ ତରଫରୁ ଆସନ୍ତା ଜାନୁଆରୀ ୨୬ ତାରିଖରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ଵାରା ହେବାକୁ ଥିବା ହାତଯୋଡୋ କାର୍ଯ୍ୟକ୍ରମରେ ସାମିଲ ହୋଇ ଗାଁକୁ ଗାଁ ଯାଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ବୁଥ୍ ସ୍ତରରେ ପହଞ୍ଚାଇବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ହରିହର କୁମାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ଜିଲ୍ଲା ଉପସଭାପତି ପରମାନନ୍ଦ ମାଝୀ,ଏସଟିସେଲ ଜିଲ୍ଲା ସଭାପତି ଶେଷଦେବ ମାଝୀ,ଯୁବନେତା ତଥା ବସନ୍ତପଡା ସରପଞ୍ଚ ଛାଞ୍ଚେର ମାଝୀ, କଂଗ୍ରେସ ନେତା ଗୋପାଳ ଦାସ ମହାନନ୍ଦ,ପୂର୍ଣ୍ଣଚନ୍ଦ୍ର ଗଉଡ,କେଶବ ବାରିକ, ଉଦ୍ଧବ ମାଝୀ,ଭଗବାନ ମାଝୀ,ବିଜୟ ନାଏକଙ୍କ ସମେତ ୨୬ଗୋଟି ଗ୍ରାମ ପଞ୍ଚାୟତର କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ପ୍ରତ୍ୟେକ ପଞ୍ଚାୟତକୁ ପହଞ୍ଚି ପଞ୍ଚାୟତ କମିଟି ଓ ବୁଥ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ହରିହର କୁମାର ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.