କଳାହାଣ୍ଡି କାଳିଆର ଭୋଗହାଣ୍ଡି -ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  “କଳାହାଣ୍ଡି କାଳିଆର ଭୋଗହାଣ୍ଡି”। ଭୋଗ ନାଲାଗିଲେ ପ୍ରଭୁ ଭୋକରେ ରହିଯିବେ। କାରଣ ଶ୍ରୀଜଗନ୍ନାଥ କହିଲେ ରାଜ୍ୟ ଦେଶ ତଥା ବିଶ୍ୱକୁ ଏବେ ବୁଝାଉଛି ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଗ୍ରନ୍ଥାଗାର ଓ ପ୍ରାଶାସନିକ କୋଠା ଗୃହର ଉଦଘାଟନୀ ସମାରୋହରେ ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ମହାମହିମ ରାଜ୍ୟପାଳ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଆ ଜାତିର ଦେବତା ନୁହନ୍ତି, ସ୍ମରଣାତୀତ କାଳରୁ ଏହି ଜାତିର ମନ ଭିତରେ ଆସ୍ଥାନ ଜମେଇ ମହାଜାଗତିକ ଚିନ୍ତା ଚେତନାର ସ୍ୱରୂପ ପାଲଟି ଯାଇଛନ୍ତି। ଆଜି ସମଗ୍ର ବିଶ୍ବ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆଦରି ନେଇଛନ୍ତି। ଆଦିମ ସଂସ୍କୃତି ତଥା ଶବର (ଆଦିବାସୀ) ମାନଙ୍କର ହୃଦୟର ଦେବତା ଏବଂ ସବୁ ଧର୍ମଧାରାର  ସମାହାର ହିଁ ପ୍ରଭୁ ଜଗନ୍ନାଥ ଅଟନ୍ତି। ଉତ୍କଳୀୟ ଚେତନାର ମଣିଷ ଓଡ଼ିଆ ଜାତି ଓ ମାନବ ଜାତିର ପ୍ରତୀକ ସାଜିଛି। ଓଡ଼ିଆ ଝିଅ ଓଡ଼ିଶା ମାଟିର ଆଦିବାସୀ ସଂପ୍ରଦାୟର ଆଜି ଭାରତବର୍ଷର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦରେ ଆସୀନ ହୋଇପାରିଛନ୍ତି। ତେଣୁ କହାଯାଇପାରେ, ଏହି ବିଶାଳ ଦେଶକୁ ଶିକ୍ଷା ଦେଇ ସୁନ୍ଦର ରୂପେ ପରିଚାଳନା କରିବାରେ ଓଡ଼ିଶା ସକ୍ଷମ ହୋଇପାରିଛି।  
କଳାହାଣ୍ଡି ବିଶ୍ଵବିଦ୍ୟାଳୟର ନବନିର୍ମିତ ଗ୍ରନ୍ଥାଗାର ଓ ଶୈକ୍ଷିକ ଭବନକୁ ରାଜ୍ୟପାଳ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମହାରାଜା ପ୍ରତାପ କେଶରୀ ଦେଓଙ୍କ ଆବକ୍ଷ ପ୍ରତିକୃତିକୁ ଗ୍ରନ୍ଥାଗାର ପରିସରରେ ଅନାବରଣ କରିଥିଲେ। ବିଶ୍ଵବିଦ୍ୟାଳୟ ସମସ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସପି ଅଭିଳାଷ ଜି, ବିଶ୍ବବିଦ୍ୟାଳୟର କୁଳସଚିବ  ପୀତାମ୍ବର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଏନସିସି କ୍ୟାଡେଟମାନେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ। ସଭା ପରିଚାଳନା କରିଥିଲେ ଛାତ୍ରୀ ଶୁଭଲକ୍ଷ୍ମୀ ଦାସ। ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ସେହିପରି ଭବାନୀପାଟଣା ଟାଉନହଲ ଠାରେ ‘ଚାଲ ଦେଖମା ଆମର କଳାହାଣ୍ଡି’ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ରାଜ୍ୟପାଳ ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡିର କୃଷି, ଶିକ୍ଷା, ସଂସ୍କୃତି, ଶିଳ୍ପର ବିକାଶ ଓ ସଂରକ୍ଷଣ ଆଧାରିତ ଆଲୋଚନାଚକ୍ର ଦିନ ତମାମ ଅନୁଷ୍ଠିତ ହୋଇଥିଲା। ‘ଚାଲ ଦେଖମା ଆମର କଳାହାଣ୍ଡି’ର ଆବାହକ ଦେବେନ୍ଦ୍ର ବିଶି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.