ମା ଦୁର୍ଗେଶ୍ୱରୀ ଗୋଷ୍ଠୀ ତରଫରୁ ମିଲେଟ ଶକ୍ତି ଟିଫିନ୍ ସେଣ୍ଟର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ରେଳବାଇ ଫାଟକ ନିକଟସ୍ଥ ବଡ ମିଲ ପାର୍ଶ୍ୱସ୍ଥ ସୋଲାର ଦୋକାନ ସମ୍ମୁଖରେ ସର୍ଗିଗୁଡା ବସ୍ତିପଡା ର ମା ଦୁର୍ଗେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ତରପରୁ ମିଲେଟ ମିସନ ଯୋଜନାରେ ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀ ଦୋକାନ ସକାଳ ୧୧ ଘଣ୍ଟା ସମୟରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ ଯୋଗଦାନ କରି ପୂଜା ପାଠ କରି ଦୋକାନଟିକୁ ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ବ୍ଲକ ଅଞ୍ଚଳରେ ମିଲେଟ ମିଶନ ପରିଚାଳନା କରୁଥିବା ବାଲିପଡା ସହଭାଗୀ ବିକାଶ ଅଭିଯାନର ଡାଇରେକ୍ଟର ସୁକାନ୍ତ କୁମାର ଚାନ୍ଦ, ନର୍ଲା ବ୍ଲକ ସଂଯୋଜକ ଥବିର ସାହୁ ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ମିଲେଟ ମିଶନ, ସ୍ୱାସ୍ଥ୍ୟ ପାଇଁ ଉପକାରୀ ମାଣ୍ଡିଆ ଖାଦ୍ୟ ର ଉପାଦେୟତା ବିଷୟରେ ବୁଝାଇଥିଲେ । ମା ଦୁର୍ଗେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କ ଦ୍ୱାରା ନିଜସ୍ୱ ପ୍ରସ୍ତୁତ ମାଣ୍ଡିଆ ଚା, ମାଣ୍ଡିଆ ପିଠା, ଲଡୁ, କେକ୍, ହାଲୱା, ବରଫି ପ୍ରଭୃତି ଅତିଥି ଓ ଉପସ୍ଥିତ ଜନ ସାଧାରଣଙ୍କୁ ବଣ୍ଟନ କରାଯାଇଥିଲା । ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଉପରୋକ୍ତ ସାମଗ୍ରୀ ଖାଇବା ପରେ ଉପସ୍ଥିତ ଜନସାଧାରଣ ଏହାର ଭୂୟସୀ ପ୍ରଶଂସା କରିବା ସହିତ ଏଗୁଡିକ କେମିତି ପ୍ରସ୍ତୁତ କରାଯାଉଛି ସେ ବିଷୟରେ ଜିଜ୍ଞାସା କରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ପଚାରି ବୁଝିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକ ଅଞ୍ଚଳରେ ରହିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାର ନିଜସ୍ୱ ଉତ୍ପାଦିତ ସମସ୍ତ ସାମଗ୍ରୀ ଏହି ମା ଦୁର୍ଗେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଢୀ ଦ୍ୱାରା ପରିଚାଳିତ ଦୋକାନରେ ବିକ୍ରୀ କରାଯିବ ବୋଲି ନର୍ଲା ବ୍ଲକ ସଂଯୋଜକ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମଟିକୁ ମହାଶକ୍ତି ମିଶନର ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ ପରିଚାଳନା କରିଥିବା ବେଳେ ବ୍ଲକ ସ୍ତରୀୟ ଶିବଶକ୍ତି ମିଶନ ର ସଭାପତି ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ଜିପିଏଲଏଫ୍ ସମ୍ପାଦିକା ଜୟନ୍ତୀ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କିଶୋର ନାଏକ, ବିଶ୍ୱାମିତ୍ର ସାହୁ, ମୁରଲୀ ପୋଢ, ବିଶିଷ୍ଟ ମଞ୍ଚ କଳାକାର କୈଲାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.