ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଂଗ୍ରେସର ପୂର୍ବତନ ମହାସଚୀବ ରାହୁଲ ଗାନ୍ଧୀ ଭାରତ ଯୋଡୋ କାର୍ଯ୍ୟକ୍ରମ କରି ସାରା ଦେଶ ପଦଯାତ୍ରା କରିଥିଲେ । ଏବେ ପୁଣି କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବା, ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧୀବା ପାଇଁ ହାତ ସେ ହାତ ଯୋଡୋ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏ ନେଇ ବିଭିନ୍ନ ଜିଲ୍ଲା, ବିଭିନ୍ନ ବ୍ଲକରେ ହାତ ସେ ହାତ ଯୋଡୋ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ବ୍ଲକ୍ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଘଣ୍ଟମାଳ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବିଭୂତି ଭୂଷଣ ମହାଖୁଡ଼ ଉପସ୍ଥିତ ରହି କର୍ମୀ ମାନଙ୍କୁ ଉଦ୍ବୋଧନ ଦେବା ସହ ରାହୁଲଙ୍କ ବାର୍ତ୍ତା ଦେଇଥିଲେ ।ଏଥିରେ ବରିଷ୍ଠ କଂଗ୍ରେସ କର୍ମୀ, ମାର୍ଗଦର୍ଶକ ତଥା ନର୍ଲା ବ୍ଲକର ପୂର୍ବତନ ସଭାପତି ରଜନୀ କୁମାର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତନୁ ମାଝୀ, ସୁଦାମ ପଧାନ, ଗଣପତି ପରାଭୋଇ, ପର୍ଶୁରାମ କୁମାର, ଲୋହାର ମୁଣ୍ଡା, ରିଚେକର ଦୀପ, ବଳରାମ ମାଝୀ, ସନ୍ତୋଷ ମାଝୀ, କ୍ଷେତ୍ର ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ହାତ ସେ ହାତ ଯୋଡୋ କାର୍ଯ୍ୟକ୍ରମକୁ ନର୍ଲାରେ କିଭଳି ସାକାର କରାଯିବ, ରାହୁଲ ଗାନ୍ଧୀଙ୍କ ସ୍ୱପ୍ନର କାର୍ଯ୍ୟକ୍ରମକୁ କିଭଳି ସଫଳ ରୁପାୟନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ନର୍ଲାର କଂଗ୍ରେସ କର୍ମୀ ମାନେ ନିଜ ନିଜ ଗ୍ରାମ ପଞ୍ଚାୟତ ଅଂଚଳରେ ଘରକୁ ଘର ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ଓ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଦେବେ । କାର୍ଯ୍ୟକ୍ରମ ଆରମ୍ଭରେ ସଭାପତି ଶ୍ରୀ ଚାନ୍ଦ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଧୂପ, ଦିପ ଦେଇ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ । ଶ୍ରୀ ଚାନ୍ଦ ସ୍ୱାଗତ ଭାଷଣ ସହିତ କଂଗ୍ରେସ୍ କର୍ମୀଙ୍କୁ ଉଦ୍ୱୋଦନ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ମହିଳା ଓ ପୁରୁଷ କର୍ମୀ, କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରିଥିଲେ । କଂଗ୍ରେସ୍ କର୍ମୀ ମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମ ନେଇ ଅନେକ ଉତ୍ସାହ ଓ ଉଦ୍ଦୀପନା ରହିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଦସ୍ୟ ରଜନୀ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।