୨୦୨୨ର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ନାମ ଘୋଷଣା କଲା ବିସିସିଆଇ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ୨୦୨୨ରେ ଭାରତ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା କ୍ରିକେଟରଙ୍କ ନାମ ଘୋଷଣା କରିଛି ବିସିସିଆଇ । ଟୁଇଟ କରି ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ଦିନିକିଆ କ୍ରିକେଟରେ ଶ୍ରେୟାଶ ଆୟାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି । ଆୟାର ୧୭ଟି ମ୍ୟାଚ ଖେଳି ୫୫.୬୯ ଆଭରେଜରେ ୭୨୪ ରନ କରିଛନ୍ତି । ଏଥିରେ ୬ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ । ସିରାଜ ୧୫ ମ୍ୟାଚ ଖେଳି ୨୪ଟି ୱିକେଟ ନେଇଛନ୍ତି । ଟେଷ୍ଟ କ୍ରିକେଟରେ ରିଷଭ ପନ୍ତ ହୋଇଛନ୍ତି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ସେ ୭ଟି ମ୍ୟାଚ ଖେଳି ୬୧.୮୧ ଆଭରେଜରେ ୬୮୦ ରନ ସଂଗ୍ରହ କରିଛନ୍ତି । ୨୦୨୨ରେ ସେ ୪ଟି ଅର୍ଦ୍ଧଶତକ ଓ ୨ଟି ଶତକ ହାସଲ କରିଛନ୍ତି । ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରାହ ଆଗରେ ରହିଛନ୍ତି । ସେ ୫ଟି ମ୍ୟାଚ ଖେଳି ୨୨ଟି ୱିକେଟ ଅକ୍ତିଆର କରିଛନ୍ତି । ସେ ୨ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ତେବେ ଟି୨୦ର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ନାମ ବିସିସିଆଇ ଘୋଷଣା କରି ନାହିଁ । ତେବେ ଆଭରେଜ ଏବଂ ପ୍ରଦର୍ଶନ ବିଚାରକୁ ନେଲେ ସୂର୍ଯ୍ୟକୁମାର ଯାଦବ ୩୧ ମ୍ୟାଚରେ ୪୬.୫୬ ଆଭରେଜରେ ୧୧୬୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୯ ଅର୍ଦ୍ଧଶତକ ଓ ୨ ଶତକ ସାମିଲ । ବୋଲିଂରେ ଭୁବନେଶ୍ୱର କୁମାର ୩୨ ମ୍ୟାଚ ଖେଳି ୩୭ ୱିକେଟ ନେଇଛନ୍ତି । ୪ ରନରେ ୫ ୱିକେଟ ହାସଲ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.