ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଜବାହର ଉଚ୍ଚ ବିଦ୍ୟାଳୟଠାରେ କଳାହାଣ୍ଡି ଉତ୍ସବ ‘ଘୁମରା’ ଓ ବିଶ୍ୱ ହକି ପ୍ରତିଯୋତା ଉପଲକ୍ଷେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଗତ ଦୁଇ ଦିନଧରି ଚାଲିଥିବା ବ୍ଲକ ସ୍ତରୀୟ ଭଲିବଲ ପ୍ରତିଯୋଗୀତା  ଉଦଯାପିତ ହୋଇଛି । ଏଥିରେ ବ୍ଲକର ୨୨ ପଞ୍ଚାୟରୁ ଭଲିବଲ ଦଳ ଯୋଗଦେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଫାଇନାଲ ଖେଲ ମହିମା ଓ କୋକସରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୋକସରା ଦଳ ବିଜୟୀ ହୋଇଛି । ତେବେ କୋକସରା ଦଳ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବରେ ମନୋନିତ ହୋଇଥିବା ସୂଚନା ମିଲିଛି । ଉଦଯାପନି ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ପ୍ରଧାନୀ, ବ୍ଲକ ହିସାବ ରକ୍ଷକ ଅଶୋକ କୁମାର ସେଠୀ, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଲ ପ୍ରମୁଖ ଯୋଗଦେଇ ଖେଲାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ । ପିଇଟି ଅମିତ ମହାନ୍ତି, ଶଙ୍କର ପୋଡ ସମେତ ଅନ୍ୟ ପିଇଟି ମାନେ ଖେଳ ପରିଚାଳନା କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.