ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପରେ ପ୍ରଶଂସା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ

ଓଡ଼ିଆ ବାର୍ତ୍ତା/ ରାୟପୁର (ଉମେଶ ଯାଦବ): ନୂତନ ବର୍ଷର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପର  ଆଲୋଚନା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ବାଘେଲ ପ୍ରଧାନମନ୍ତ୍ରୀଙ୍କୁ ଛତିଶଗଡର ବିଭିନ୍ନ ଯୋଜନା ତଥା ମିଲେଟ ମିଶନ ବିଷୟରେ ସୂଚନା ଦେଇଛନ୍ତି। ଏହା ସହିତ ବାଘେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ଏକ ଭେଟଘାଟ ପାଇଁ ସମୟ ମାଗିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କ ମୃତ୍ୟୁ ପରେ ସେ ମଧ୍ୟ ଏହି ଭେଟଘାଟ ଜାରି କରିବାକୁ ଅନୁରୋଧ କରିଥିଲେ। ଆଉ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଡକାଯାଇଥିଲା। ଏହା ଉପରେ ବାଘେଲ କହିଛନ୍ତି ଯେ ଏପରି ଉଦାହରଣ କ୍ୱଚିତ୍ ଦେଖାଯାଏ, ଏକ ଦୁଃଖଦ ଘଟଣା ପରେ ମଧ୍ୟ ଜଣେ ପ୍ରଧାନମନ୍ତ୍ରୀ କାର୍ଯ୍ୟସୂଚୀ ଅନୁଯାୟୀ ତାଙ୍କର ସମସ୍ତ କାର୍ଯ୍ୟକ୍ରମ କରନ୍ତି।  

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.