ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୩ ନୂତନ ବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବହୁ ଦିଗଗଜ ନେତା। 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀ ତଥା ପ୍ରବାସୀ ଭାରତୀୟଙ୍କୁ ନବବର୍ଷର ଶୁଭେଚ୍ଛା ଟ୍ୱିଟ କରି ଜଣାଇଛନ୍ତି । ୨୦୨୩ ନୂଆ ପ୍ରୋତ୍ସାହନ, ଲକ୍ଷ୍ୟ ଓ ସଫଳତା ଆଣିଦେଉ ବୋଲି ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଦେଶର ଏକତା, ଅଖଣ୍ଡତା ଓ ସମନ୍ୱିତ ବିକାଶ ପଥରେ ଭାଗୀଦାର ହେବାକୁ ସେ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ଟ୍ୱିଟ୍ ଜରିଆରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ନୂଆବର୍ଷ ସମସ୍ତଙ୍କ ଜୀବନରେ ଆଶା, ଆନନ୍ଦ ଓ ପ୍ରଗତି ଭରିଦେଉ ବୋଲି ସେ ଶୁଭମନାସିଛନ୍ତି । ସମସ୍ତଙ୍କ ସୁସ୍ୱାସ୍ଥ୍ୟ କାମନା ବି କରିଛନ୍ତି ମୋଦୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.