ଦେବଦଳା ଗ୍ରାମରେ ଅବକାରୀ ଧରପଗଡ, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରାୟଗଡା ଅବକାରୀ ଅଧିକାରୀ ଓ ଷ୍ଟାଫଙ୍କ ଦ୍ୱାରା ଚାନ୍ଦିଲି ଥାନା ଅଧିନସ୍ଥ ଦେବଦଳା ଗ୍ରାମରେ ଅବକାରୀ ଚଢାଉ କରାଯାଇଥିଲା। ଏହି ଧରପଗଡରେ ଜ୍ଞାନେନ୍ଦ୍ର ଯାଦବ (୩୫)ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜ୍ଞାନେନ୍ଦ୍ର ପାଖରୁ ୨୪.୨୬୫ ଲିଟର ତଥା ପାଖାପାଖି ୨୫ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଥିବା ବେଳେ ବିଭିନ୍ନ ବ୍ରାଣ୍ଡର ୬୨୯ଗୋଟି ନକଲି ଠିପି ଏବଂ ୮ଟି ଖାଲିଥିବା ମଦ ବୋତଲ ଜବତ କରାଯାଇଥିବା ନେଇ ଅବକାରୀ ଅଧୀକ୍ଷକ ଶ୍ରୀ  ବେହେରା ପ୍ରକାଶ କରିଛନ୍ତି। ଏହି ଧରପଗଡରେ ଅବକାରୀ ନିରୀକ୍ଷକ ପ୍ରିତିଧାରା ନାୟକ, ସୀମା କିରଣ ବେଗ, ଓଆଇସି ରାୟଗଡା ଏସ.କେ.ପ୍ରଧାନ, ଜିଲ୍ଳା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଓଆଇସି କିଶୋର ଚନ୍ଦ୍ର ରଥ,କନେଷ୍ଟବଳ କେ.ଭାସ୍କର, ପି.କିଶୋର, ଦୀପକ ପାଣିଗ୍ରାହୀ, ପାଲକା ଆପାୟା, ଆଇ.ଏଲ.ରାଓଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ। ଜିଲ୍ଳାର ଯେ କୈାଣସି ସ୍ଥାନରେ ନକଲି ମଦ ପ୍ରସ୍ତୁତ କରାଯାଉଥିବା ନେଇ କୈାଣସି ସୂଚନା ଥିଲେ ସିଧାସଳଖ ଅବକାରୀ ଥାନାକୁ ତଥା ଅବକାରୀ ଅଧୀକ୍ଷକଙ୍କୁ ଜନସାଧାରଣ ଜଣାଇବା ପାଇଁ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ଗଣମାଧ୍ୟମ ଜରିଆରେ ପ୍ରକାଶ କରିଥିବା ବେଳେ ଜିଲ୍ଳାରେ ନକଲି ମଦ ପ୍ରସ୍ତୁତ କରୁଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ କରାଯାଉଛି ବୋଲି ମଧ୍ୟ ପ୍ରକାଶ କରିିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.