ଆମ୍ ଆଦମୀ ପାର୍ଟି ପକ୍ଷରୁ ଗୁଡିପଟାରେ ୭୪ତମ ସାଧାରଣତନ୍ତ୍ର ଦିବସ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ମେ ପଞ୍ଚାୟତ ଅନ୍ତର୍ଗତ ଗୁଡିପଟା ଠାରେ ନର୍ଲା ବ୍ଲକ ଆମ୍ ଆଦମୀ ପାର୍ଟି ତରଫରୁ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ନର୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଦଳୀୟ କର୍ମକର୍ତ୍ତାମାନେ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଅତିଥି ଭାବେ ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ମହିଳା ପ୍ରଭାରୀ ମମତା ନାୟକ ଓ ଜିଲ୍ଲା ପୁର୍ବମୂଖ୍ଯ ଉପଦେଷ୍ଟା  କୃପାସିନ୍ଧୁ ନାୟକ ଯୋଗ ଦେଇଥିଲେ। ପୁର୍ବ ଜିଲ୍ଲା ସଂପାଦକ  କ୍ଷିରୋଦ ନାଗ, ନର୍ଲା ବ୍ଲକ ସଭାପତି ଏକ୍ସ-ଆର୍ମି ଭୂପିନ୍ଦ୍ର ଦୀପ, ନିର୍ବାଚନ ମଣ୍ଡଳୀ ସଭାପତି ପି. ଶଙ୍କର ରେଡ୍ଡି, କର୍ମେ ପଞ୍ଚାୟତ ସଭାପତି ଭୂଜ ବାଗ, ଭୀମକେଲା ପଞ୍ଚାୟତ ସଂପାଦକ ଯୁଗେ ସାହୁ । ପତାକା ଉତୋଳନ ପରେ ଶ୍ରୀ ନାୟକ ଜନ ସାଧାରଣଙ୍କୁ ସମ୍ବୋଧନ କରି ସାଧାରଣତନ୍ତ୍ର ଦିବସ ବିଷୟରେ ଅବଗତ କରାଇଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.