ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ଭବାନୀପାଟଣା ଚଞ୍ଚରାପଡାଠାରେ ଗୋପବନ୍ଧୁ ନାଏକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କବି ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ. ଭବାନୀ ଶଙ୍କର ନିଆଲ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରିକେଟ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଖେଳମନସ୍କ ହୋଇ ବନ୍ଧୁତାପୂର୍ଣ୍ଣ ମାହୋଲରେ ଯେକୌଣସି ଖେଳ ଖେଳିବା ଉଚିତ ବୋଲି ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି କ୍ଷୀରସିନ୍ଧୁ ନାଏକ, ଦୁର୍ଯ୍ୟୋଧନ ନାଏକ, ନିର୍ମଳ ନାଏକ, ହେମନ୍ତ ନାଏକ, ତୁଷାର ନାଏକ, ରିଙ୍କୁ ନାଏକ, ମନୀଷ ନାଏକ, ଧୀରୋଜ ନାଏକ, ଅନୀଲ ନାଏକ, ବଣ୍ଟି ନାଏକ, ବଂଶୀ ନାଏକ, କରନ ଏବଂ ସାନ ତଥା ଶୁଭମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।