ଆଇପିଏଲରେ ଖେଳାଇବାକୁ କହି କ୍ରିକେଟରଙ୍କଠାରୁ ୫ ଲକ୍ଷ ଲୁଟିନେଲା ଠକ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଆଇପିଏଲରେ ଖେଳାଇବାକୁ କହି କ୍ରିକେଟରଙ୍କଠାରୁ ୫ ଲକ୍ଷ ଲୁଟିନେଲା ଠକ | ଠକେଇର ଶିକାର ହେବା ପରେ ଏବେ କ୍ରିକେଟରଜଣକ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି | ଲକ୍ଷ୍ନୌର କ୍ରିକେଟର ଅଭିଷେକ ସିଂ ଏଭଳି ଠକାମିର ଶିକାର ହୋଇଛନ୍ତି | ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ବ୍ରେକ ଦେବାକୁ କହି ତାଙ୍କଠାରୁ ପାଞ୍ଚ ଲକ୍ଷ ଟଙ୍କା ଠକେଇ ହୋଇଥିବାର ଜଣାପଡିଛି | ଏନେଇ ଅଭିଷେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଭେଟିବା ପରେ ଗୌତମପଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଲକ୍ଷ୍ନୌର ସ୍ପୋର୍ଟ୍ସ କଲେଜରୁ ଉତ୍ତୀର୍ଣ୍ଣ ହୋଇଥିବା ଅଭିଷେକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୧୯ ରେ କେଡି ସିଂ ବାବୁ ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍ ସମୟରେ କୃଷ୍ଣ କୁମାର ଝା ନାମକ ବ୍ୟକ୍ତିଙ୍କୁ ଭେଟିଥିଲେ | ସେ ମୋତେ ପ୍ରଥମେ ଆଇପିଏଲରେ ଖେଳାଇବାର ଲୋଭ ଦେଖାଇ ୧୭ ଲକ୍ଷ ଟଙ୍କା ମାଗିଥିଲେ। ମୁଁ ଏତେ ପରିମାଣର ଅର୍ଥ ଦେବାକୁ ମୋର ଅକ୍ଷମତା ପ୍ରକାଶ କରିଥିଲି | ଏହାପରେ ଗୋଟିଏ ରାଜ୍ୟ ପାଇଁ ଖେଳିବା ପାଇଁ ସେ ମୋତେ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ ।

Omkar Vasthu
Omkar Vasthu

କୌଣସି ପ୍ରକାରେ, ମୁଁ ଟଙ୍କା ଯୋଗାଡ କରି ତାଙ୍କୁ ଦେଇଥିଲି | ଏହାପରେ ମୋତେ କିଛି ଦିନ ଅପେକ୍ଷା କରିବାକୁ କୃଷ୍ଣ କୁମାର କହିଥିଲେ | କିନ୍ତୁ ଅନେକ ଦିନ ଅପେକ୍ଷା କରିବା ପରେ ମଧ୍ୟ ଯେତେବେଳେ ସୁଯୋଗ ମିଳିଲା ନାହିଁ, ସେତେବେଳେ ସେ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ | ଆଉ ଏହାପରେ କୃଷ୍ଣ କୁମାର ତାଙ୍କୁ ଧମକ ଦେଇଥିଲେ | ଏନେଇ ଅଭିଷେକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି |ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ତଦନ୍ତ ଚାଲିଛି। ସେ କହିଛନ୍ତି, ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଆମେ ସାଇବର ସେଲର ସାହାଯ୍ୟ ନେଇଛୁ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.