ଉତ୍କଳ ଆଲୁମିନାର ରକ୍ତଦାନ ଶିବିରରେ ରେକର୍ଡ ୨୫୩ ୟୁନିଟ ରକ୍ତ ସଂଗୃହୀତ

ଓଡ଼ିଆ ବାର୍ତ୍ତା| ରାୟଗଡା/ କାଶିପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭତ୍ରା): ଏହି ଅଞ୍ଚଳର ସ୍ଵାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରଳସ ଭାବରେ ଚାଲିଥିବା ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଏହାର ନୂଆପଡା ଟାଉନସିପ୍ କ୍ଲବ ହାଉସଠାରେ ୨୦୨୩ ଫେବୃଆରୀ ୨୩ ତାରିଖରେ ରାୟଗଡା ଜିଲ୍ଲା ରକ୍ତ ଭଣ୍ଡାର ସହଯୋଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା। ଉତ୍କଳ ଆଲୁମିନାର କର୍ମଚାରୀବୃନ୍ଦ ଏବଂ ସେମାନଙ୍କର ପରିବାର ସଦସ୍ୟଗଣ, ଉଜ୍ଜ୍ଵଳ ଉତ୍କଳ (ମହିଳା କ୍ଲବ) ସଦସ୍ୟାବୃନ୍ଦ, ସୁରକ୍ଷା କର୍ମଚାରୀ, ନିରାପତ୍ତା ଓ ଅଗ୍ନିଶମ କର୍ମଚାରୀ, କାଶିପୁର ଡ୍ରାଇଭର ସଂଘ, ଟିକିରି ବଣିକ ସଂଘ, ସହଭାଗୀ ପ୍ରତିଷ୍ଠାନର କର୍ମଚାରୀଗଣ, କର୍ମଚାରୀ ୟୁନିୟନ, ଚୁକ୍ତିଭିଭିକ କର୍ମଚାରୀ, ଶ୍ରମିକ ଏବଂ ଡିପି (ସ୍ଥାନାନ୍ତରିତ ବ୍ୟକ୍ତି) କମିଟି ତଥା ଜନସାଧାରଣ ସାମାଜିକ କାରଣ ନିମନ୍ତେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ, ଯାହା ରାୟଗଡା ଜିଲ୍ଲାର ରକ୍ତ ଆବଶ୍ୟକତା ପୂରଣ କରିପାରିବ। ଏହି ଶିବିରରୁ ୨୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶ୍ରୀ ଧର୍ମାନନ୍ଦ ବେହେରା, ଏଡିଏମ, ରାୟଗଡା ରକ୍ତଦାନ ଶିବିର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଶ୍ରୀ ମଜହର ବେଗ, ୟୁନିଟ ହେଡ୍ ଉତ୍କଳ ଆଲୁମିନା, ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍ ସିଏସଆର, ସିଆର୍ ଆଣ୍ଡ ସଷ୍ଟେନେବିଲିଟି, ଉତ୍କଳ ଆଲୁମିନା, ଡଃ.ଗୌତମ ପଟ୍ଟନାୟକ, ବ୍ଲଡ ବ୍ୟାଙ୍କ ଅଫିସର, ରାୟଗଡା, ଶ୍ରୀ ଗୋବିନ୍ଦ ନାଏକ, ପ୍ରେସିଡେଣ୍ଟ ଡିପି କମିଟି, ଶ୍ରୀ ଅଲାରାମ ବାତ୍ରା, ସେକ୍ରେଟାରୀ ଡିପି କମିଟି, ଶ୍ରୀ ଜୟଦାନ ନାଏକ, ପ୍ରେସିଡେଣ୍ଟ, କର୍ମଚାରୀ ୟୁନିୟନ, ଶ୍ରୀ ଜଗଜୀବନ ନାଏକ, ପ୍ରେସିଡେଣ୍ଟ, ଡ୍ରାଇଭର ସଂଘ କାଶିପୁର, ଶ୍ରୀ ମୁନ୍ନା ନାଏକ, ଟିକିରି ବଣିକ ସଂଘ ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଅତିଥ୍ ଭାବେ ଯୋଗଦେଇଥିଲେ। ସମଗ୍ର ଦେଶରେ ରକ୍ତଦାନ ନିମନ୍ତେ ଆଗ୍ରହ ଓ ଉତ୍ସାହର ସହିତ ସଚେତନତା ସୃଷ୍ଟି କରୁଥିବା କିରଣ ବର୍ମା ଅନ୍ୟତମ ଅତିଥ୍‌ ଭାବରେ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ସେ ରକ୍ତଦାତାମାନଙ୍କୁ ରକ୍ତ ଦାନ କରିବା ଏବଂ ଜୀବନ ବଞ୍ଚାଇବା ନିମନ୍ତେ ପ୍ରେରିତ ଏବଂ ଉତ୍ସାହିତ କରିଥିଲେ। ଶ୍ରୀ ବର୍ମା ଦିଲ୍ଲୀରୁ ପ୍ରାୟ ୧୧,୦୦୦ରୁ କିଲୋମିଟରରୁ ଅଧିକ ରାସ୍ତା ଚାଲିଚାଲି ଟିକିରିରେ ପହଞ୍ଚିଥିଲେ ଏବଂ ସେ ୨୧,୦୦୦ କିଲୋମିଟର ପଥ ପାଦରେ ଚାଲିଚାଲି ଅତିକ୍ରମ କରିବା ନିମନ୍ତେ ରଖୁଥିବା ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଯାତ୍ରା ଜାରି ରଖିବେ। ତାଙ୍କର ଉପସ୍ଥିତି ରକ୍ତଦାତାମାନଙ୍କୁ ବାସ୍ତବରେ ପ୍ରେରିତ କରିଥିଲା। ଡଃ.ଲାଲମୋହନ ରାଉତରାୟ, ସିଡିଏମ୍ଓ, ରାୟଗଡା ଏବଂ ଶ୍ରୀ ଭୀମସେନ ସବର, ସବ୍-କଲେକ୍ଟର ରାୟଗଡା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ। ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନ ଏକ ସରଳ ଅଥଚ ଶକ୍ତିଶାଳୀ ମାଧ୍ୟମ ଏବଂ ଆମର ରକ୍ତଦାନ ରକ୍ତ ଆବଶ୍ୟକ କରୁଥିବା ଜଣକ ପାଇଁ ଜୀବନରେ ପରିବର୍ତ୍ତନକାରୀ ପାର୍ଥକ୍ୟ ଆଣିପାରିବ ବୋଲି ଉଲ୍ଲେଖ କରିବା ସହିତ ସେମାନେ ଏହି ପ୍ରୟାସକୁ ସମର୍ଥନ ଜଣାଇଥିଲେ ଏବଂ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥ୍, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରାୟଗଡା ରକ୍ତଦାନ ଅଭିଯାନ ଆୟୋଜନ ନିମନ୍ତେ ଉତ୍କଳ ଆଲୁମିନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନର ଗୁରୁତ୍ଵକୁ ସେ ଦୋହରାଇବା ସହିତ ଭବିଷ୍ୟତରେ ଏହିଭଳି ବାରମ୍ବାର ଅଧିକ ଶିବିର ଆୟୋଜନ କରିବାକୁ ଟିମ୍‌କୁ ଉତ୍ସାହିତ କରିଥିଲେ। ରାୟଗଡା ସକଲେକ୍ଟର ଶ୍ରୀ ସବର ସ୍ଵେଚ୍ଛାକୃତ ରକ୍ତଦାନ ଅଭିଯାନ ଆୟୋଜନ କରିବାରେ ଉତ୍କଳ ଆଲୁମିନାର ନିରଳସ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଭବିଷ୍ୟତରେ ଏହି ଧରଣର ପ୍ରୟାସଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ଣ ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ ମଧ୍ୟ ଆୟୋଜକମାନଙ୍କୁ ପୁନଃପ୍ରତିଶୃତି ଦେଇଥିଲେ।

Udyog Nursery
Udyogi Nursery

ନିଜର ଆୟୋଜନକାରୀ ଉଦ୍‌ବୋଧନରେ ଶ୍ରୀ ମଜହର ବେଗ, ୟୁନିଟ ହେଡ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ରକ୍ତଦାନ ମାନବ ସମାଜ ପ୍ରତି କିଭଳି ଏକ ଅମୂଲ୍ୟ ଅବଦାନ, ତାହାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଜନସମୁଦାୟ ଏବଂ ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ସ୍ବାସ୍ଥ୍ୟ ଓ କଲ୍ୟାଣ ପ୍ରତି ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ସେ ପୁନଃପ୍ରକାଶ କରିଥିଲେ । ସେ କହିଥିଲେ, “ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହିତ ଏଭଳି ସହଯୋଗିତାକୁ ନେଇ ଆମେ ଏକ ସୁସ୍ଥ ଏବଂ ଦାୟିତ୍ଵସମ୍ପନ୍ନ ସମାଜ ଗଠନ ଦିଗରେ ପ୍ରତିବଦ୍ଧ ରହିଛୁ।” ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍‌ ତାହାର ପାରିପାର୍ଶ୍ବକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିଭିଭୂମି ତଥା ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ କ୍ଷେତ୍ରରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ନିଜର ସିଏସଆର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରୁଛି। ମୋଟ ଉପରେ ୟୁଏଆଇଏଲ୍ ୮୪ଟି ଗ୍ରାମରେ ନିୟୋଜିତ ରହିବା ସହିତ ଓଡ଼ିଶାରେ ୩୦,୦୦୦ରୁ ଅଧିକ ଜନସଂଖ୍ୟାକୁ ସେବା ଯୋଗାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.