ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ: ଭିତ୍ତିଭୂମି ସଜାଡ଼ିବାକୁ ସାଂସଦଙ୍କ ପ୍ରତିଶ୍ରୁତି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ଯୋଗଦେଇ ଶିକ୍ଷାଦାନରେ ଅଧ୍ୟାପକଙ୍କ ଦାୟିତ୍ଵ ଓ ଶିକ୍ଷାର ଗୁରୁତ୍ୱ ସମ୍ବନ୍ଧରେ ଅଭିଭାଷଣ ରଖିଥିଲ। ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଏହି ପୁରାତନ ମହାବିଦ୍ୟାଳୟର ପାରଦର୍ଶିତାକୁ ପ୍ରଶଂସା କରିବା ସହ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ପାଇଁ ନିଜସ୍ବ ପାଣ୍ଠିରୁ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ୨୦ଟି କମ୍ପ୍ୟୁଟର ଯୋଗାଇ ଦେବା ସହ ମହାବିଦ୍ୟାଳୟର ଉନ୍ନତି ଦିଗରେ ଦୃଷ୍ଟି ଦେବେ ବୋଲି ନିଜ ଅଭିଭାଷଣ ମାଧ୍ୟମରେ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପକ ତଥା ଉପସଭାପତି ଡଃ.ବିଭୁତି ଭୂଷଣ ଆଚାର୍ଯ୍ୟ ମହାବିଦ୍ୟାଳୟର ବିବରଣୀ ପାଠ କରିଥିଲେ। ମହାବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡ଼ା ଓ ଅନ୍ୟାନ୍ୟ ବିଭାଗରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ପୁର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.