ଶହେ ଜଣଙ୍କୁ କରିବି ବିବାହ, ଦେବି ଛାଡ଼ପତ୍ର

ବିବାହ ହେଉଛି ସାତ ଜନ୍ମର ବନ୍ଧନ । ସାଧାରଣତଃ ଉଭୟଙ୍କ ଭିତରେ ଉତ୍ତମ ବୁଝାମଣା ଥିଲେ ଛାଡ଼ପତ୍ର ହୋଇ ନ ଥାଏ । କିନ୍ତୁ ଏମିତି ଜଣେ ବୃଦ୍ଧ ବିବାହକୁ ନେଇ ଅଜବ ଇଛା ରଖିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଇଛାଟି ହେଲା ବିବାହ କରିବା ଓ ଛାଡ଼ପତ୍ର ଦେବା । ତା ପୁଣି ଗୋଟେ କି ଦୁଇଟି ନୁହେଁ, ପୁରା ଶହେଟି ବିବାହ କରିି ଛାଡ଼ପତ୍ର ଦେବା । କେବଳ ସେତିକି ନୁହେଁ, ଗୋଟେ ସନ୍ତାନ ହେବା ପରେ ସେ ଛାଡ଼ପତ୍ର ଦେବେ । ତେବେ ବିବାହକୁ ଥଟ୍ଟା କିମ୍ବା ଖେଳ ଭାବୁଥିବା ଏହି ବ୍ୟକ୍ତିଙ୍କ ବୟସ ମଧ୍ୟ କିଛି କମ ନୁହେଁ । ପାକିସ୍ତାନର ଏହି ୬୦ ବର୍ଷୀୟ ବୃଦ୍ଧଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଜ୍ୟୋଟ୍ ଜିଟ୍ ନାମକ ଜଣେ ବ୍ୟକ୍ତି ଏହି ଭିଡ଼ିଓକୁ ସେୟାର କରିଛନ୍ତି । ଯେଉଁଥିରେ ବୃଦ୍ଧ ଜଣକ ଏକ ସାକ୍ଷାତକାରରେ ତାଙ୍କ ଇଛା ବିଷୟରେ କହୁଛନ୍ତି । ସାକ୍ଷାତକାର ଦେବା ସମୟରେ ତାଙ୍କ ପାଖରେ ୪ ଜଣ ପତ୍ନୀ ମଧ୍ୟ ଉପସ୍ଥିତ ଅଛନ୍ତି, ଯାହାଙ୍କ ବୟସ ମାତ୍ର ୧୯ରୁ ୨୦ ବର୍ଷ ଭିତରେ ହେବ । ବୃଦ୍ଧ ଜଣକ ଗର୍ବର ସହିତ କହୁଛନ୍ତି ଯେ, ତାଙ୍କର ଇଛା ୧୦୦ ଜଣ ଯୁବତୀଙ୍କୁ ବିବାହ କରିବେ ଓ ସେମାନଙ୍କୁ ତଲାକ ବି ଦେବେ । ସେ କମ୍ ବୟସର ଝିଅଙ୍କୁ ବିବାହ କରନ୍ତି । ଗୋଟେ ସନ୍ତାନ ଜନ୍ମ କରିବା ପରେ ତାଙ୍କ ପତ୍ନୀଙ୍କୁ ତଲାକ୍ ଦିଅନ୍ତି । କୌଣସି ଝିଅକୁ ବିବାହ ପୂର୍ବରୁ ସେ ତାଙ୍କର ସର୍ତ୍ତ ବିଷୟରେ ଝିଅଙ୍କ ବାପାମାଆଙ୍କୁ ଜଣାଇଥାନ୍ତି । ଝିଅ ଘର ଲୋକ ସର୍ତ୍ତରେ ରାଜି ହେବା ପରେ ସେ ବିବାହ କରନ୍ତି ବୋଲି କୁହନ୍ତି । ଏବେ ସୁଦ୍ଧା ରେ ସେ ୨୬ ଟି ବିବାହ କରିବା ସହ ୨୨ ଟି ଛାଡପତ୍ର ମଧ୍ୟ ଦେଇସାରିଲେଣି । ତାଙ୍କର ମୋଟ ୨୨ ପିଲା ମଧ୍ୟ ଅଛନ୍ତି, ଯେଉଁମାନେ ସେମାନଙ୍କ ମା’ ସହିତ ରୁହନ୍ତି । ବୃଦ୍ଧ ଜଣକ ଛାଡପତ୍ର ଦେବା ପରେ ପତ୍ନୀ ଓ ତାଙ୍କ ପିଲା କେମିତି ଭଲରେ ରହିବେ ସେଥିଲାଗି ଖର୍ଚ୍ଚ ମଧ୍ୟ ଦେଇଥାନ୍ତି । ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି, କାରଣ ବୃଦ୍ଧ ଜଣକ ପତ୍ନୀଙ୍କ ସାମ୍ନାରେ ଛାଡପତ୍ର ବିଷୟରେ କହି ପାରୁଛନ୍ତି । ଏହି ଭିଡ଼ିଓଙ୍କୁ ଅଧିକାଂଶ ଲୋକ ପସନ୍ଦ କରି ନ ଥିବା ବେଳେ କଡ଼ା ମନ୍ତବ୍ୟ ବି ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.