ମୋଟେର ୟୁପି ସ୍କୁଲରେ ବିଜ୍ଞାନ ମେଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଙ୍ଗଳବାର ବିଜ୍ଞାନ ମେଳା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ବିଜ୍ଞାନ ମେଳାରେ ମୋଟେର ଜୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ସମୁଦାୟ ୨୫ଟି ପ୍ରକଳ୍ପ ପ୍ରଦର୍ଶନୀ ହେଇଥିବା ବେଳେ ମୋଟେର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ଦାସ, ଜଳତାମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ପ୍ରସନ୍ନ କୁମାର ସ୍ୱାଇଁ ବିଭିନ୍ନ ପ୍ରକଳ୍ପର ମାନ ନିର୍ଣ୍ଣୟ କରିଥିଲେ l ବିଜ୍ଞାନ ମେଳାରେ ଗିରିସୁତା ମାଝୀ, ଦିପେଶ ଦାସ,ମିନାକ୍ଷୀ ପଟେଲ, ଦୀପିକା ଦାସ ଙ୍କ ପ୍ରକଳ୍ପ କୁ ବିଚାରକ ମାନେ ଚୟନ କରିଥିଲେ l ସେହିପରି ବାର୍ଷିକ ଉତ୍ସବକୁ ବ୍ଲକ ଶିକ୍ଷା ଅଧିକାରୀ ନେପାଳ ବାଗ ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ତେମ ଲାଲ ଦୁବେ ଯୋଗ ଦେଇଥିଲେ l ଥୁଆମୁଲ ରାମପୁର ମାଁ ମାଣିକେଶ୍ଵରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିକ୍ଷା ଓ କ୍ରୀଡା ହେଉଛି ଛାତ୍ର ଛାତ୍ରୀଙ୍କ ଭବିଷ୍ୟ ଗଠନର ମୂଳ ଉତ୍ସ ବୋଲି କହିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ଦୁଷ୍ମନ୍ତ ପଟ୍ଟଯୋଶୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଶକୁନ୍ତଳା ଜାଲ ଯୋଗ ଦେଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ସମୁଦାୟ ୩୬ଟି ବିଭାଗ ରେ ପ୍ରତିଯୋଗିତା ହୋଇଥିବା ବେଳେ,ଗୀତ, ନୃତ୍ୟ,ପ୍ରବନ୍ଧ, ଦୌଡ଼, ପୁଚି ଖେଳ,କରାଯାଇଥିଲା ବିଦ୍ୟାଳୟ ର ଶିକ୍ଷକ ରାମନାରାୟଣ ପୁଝାରୀ,ଦିଲୀପ କୁମାର ସାହୁ, ବନଜିନୀ ଭରଦ୍ୱାଜ,ଗୀତାଞ୍ଜଳି ପଣ୍ଡା, ଗୀତାଞ୍ଜଳି ପୁଝାରୀ,ଅମୀୟ ଜେନା, ଆଲୋକ ସାହୁ,ଅବିନାଶ ନାଏକ,ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଏହି ଅବସରରେ ସାମୁହିକ ଭାବେ ଅତିଥିଙ୍କ ଗହଣରେ ଅଙ୍କୁର ପତ୍ରିକାର ଶୁଭ ଉନ୍ମୋଚନ ହୋଇଥିଲା l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ୍ୱର ସାଗର ପରିଚାଳନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.