ଉଚ୍ଛଳା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆନିମିଆ ମୁକ୍ତ ଗାଁ ଲକ୍ଷ୍ୟ ଅଭିଜାନ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ଉଚ୍ଛଳା ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଆନିମିଆ ମୁକ୍ତ ଗାଁ ଲକ୍ଷ୍ୟ ଅଭିଜାନ ଆୟୁଷ ଡାକ୍ତର ମନୋରଞ୍ଜନ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଛଳା ସରପଞ୍ଚ ସୁବର୍ଣ୍ଣ ନାଏକ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।

ଏହି ଅବସରରେ ଗାଁ ମାନଙ୍କରେ ଦେଖାଦେଉଥିବା ଆନିମିଆ ରୋଗରୁ କିଭଳି ଭାବରେ ମୁକ୍ତ ହୋଇପାରିବ ସେ ବିଷୟରେ ଉପସ୍ଥିତ ଥିବା ଲୋକମାନଙ୍କୁ ସଚେତନ କରିବା ସହିତ ଔଷଧ ବିତରଣ କରାଯାଇଥିଲା। ଏହି କ୍ରମରେ ସ୍ବାସ୍ଥ୍ୟ ବିଭାଗର ସୁପରଭାଇଯର ବିଶ୍ବନାଥ ଠାକୁର, ସ୍ବାସ୍ଥ୍ୟ କର୍ମୀ ଅମିତ୍ ପଣ୍ଡା, ମହିଳା ସ୍ବାସ୍ଥ୍ୟ କର୍ମୀ ଭାର୍ଗବୀ ପ୍ରଧାନୀ, ସିଏଚ୍ଓ ସବିତା ଦାସ, ଅଙ୍ଗନୱାଡ଼ି କର୍ମୀ ଜୟନ୍ତୀ ସାହୁ, ଆଶାକର୍ମୀ କ୍ଷୀରାଦ୍ରି ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.