ସିସୋଦିଆଙ୍କ ପରେ କେଜ୍ରିଓ୍ୱାଲଙ୍କୁ ଗିରଫ କରାଯାଉ -ଅଜୟ ମାକେନ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆପ୍ ନେତା ମନୀଷ ସିସୋଦିଆଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଏହି ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କ ମଧ୍ୟ ସଂପୃକ୍ତି ରହିଛି। ତେଣୁ ତାଙ୍କୁ ମଧ୍ୟ ଗିରଫ କରାଯାଉ। ଏହି ଦୁଇ ନେତା ଦୁର୍ନୀତିରେ ଗଭୀର ଭାବେ ଜଡ଼ିତ। ଏବଂ ସେହି ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କଂଗ୍ରେସ ନେତା ଅଜୟ ମାକେନ୍ କହିଛନ୍ତି।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା।

Pearl dental clinic
Near Ashish Medical Store, Bhawanipatna

ଅଜୟ ମାକେନ୍ ମଙ୍ଗଳବାର କହିଛନ୍ତି ଯେ, ଦିଲ୍ଲୀରେ ଏକ ବଡ଼ ଦୁର୍ନୀତି ହୋଇଛି ଏବଂ ଏହାକୁ ସେହି ଅନୁସାରେ ଦେଖିବା ଉଚିତ। ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରାଯାଉ। ସେ ଆହୁରି ମଧ୍ୟ କହିଛନ୍ତି, କେଜ୍ରିଓ୍ୱାଲ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ପାଇଁ ଏକ କମିଟି ଗଠନ କରିଥିଲେ। କିନ୍ତୁ ପ୍ୟାନେଲ ଯାହା ସୁପାରିଶ କରିଥିଲା ତାହାର ଠିକ୍ ଓଲଟା କରାଯାଇଥିଲା। ଏହି ପରିବର୍ତ୍ତନ ଦୁର୍ନୀତି ଯେପରି ହୋଇପାରିବ ଦେଖି କରାଯାଇଥିଲା ବୋଲି ମାକେନ୍ ଅଭିଯୋଗ କରିଛନ୍ତି। ଅଜୟ ମାକେନ୍ କହିଛନ୍ତି, ଯେଉଁମାନେ ମନୀଷ ସିସୋଦିଆଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଛନ୍ତି ସେମାନେ ଜାଣି ରଖିବା ଉଚିତ ଯେ ଏହା ଏକ ଦୁର୍ନୀତି ମାମଲା ଏବଂ ଏହାକୁ ସେହି ଅନୁସାରେ ଦେଖିବା ଉଚିତ। ମାକେନ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଆହ୍ୱାନ କରିଛନ୍ତି, ଏହି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରନ୍ତୁନାହିଁ।

Udyog Nursery
Udyogi Nursery

ଅଭିଷେକ ସିଙ୍ଘଭି ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କିଛି କଂଗ୍ରେସ ନେତା ସିସୋଦିଆଙ୍କ ସମର୍ଥନରେ କହିଛନ୍ତି ଏବଂ ସରକାର ବିରୋଧୀ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତସଂସ୍ଥା ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ପରେ ମନୀଷ ସିସୋଦିଆଙ୍କ ଓକିଲ ସିଙ୍ଘଭି ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ତାଙ୍କ ମନ୍ତବ୍ୟ କଂଗ୍ରେସର ଆଭିମୁଖ୍ୟକୁ ଦର୍ଶାଉନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.