ତ୍ରିପୁରା, ନାଗାଲାଣ୍ଡରେ ବିଜେପି; ମେଘାଳୟରେ ଝୁଲା ସରକାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପୂର୍ବୋତ୍ତରର ୩ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଥିବା ବେଳେ ଫଳାଫଳ ସ୍ପଷ୍ଟ ହୋଇଛି । ଏବେ ତ୍ରିପୁରାରେ ବିଜେପି ସରକାର ଥିବା ବେଳେ ନାଗାଲାଣ୍ଡରେ ବିଜେପି ମେଣ୍ଟ ଓ ମେଘାଳୟରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ସରକାର ଅଛି । ୩ଟି ଯାକ ରାଜ୍ୟରେ ୬୦ଟି ଲେଖାଏ ବିଧାନସଭା ଆସନ ରହିଛି । ତ୍ରିପୁରା ଓ ନାଗାଲାଣ୍ଡ ବିଜେପି ପୁଣି ଥରେ କ୍ଷମତାକୁ ଫେରଥିବା ଜଣାପଡ଼ୁଛି । ସେହିଭଳି ମେଘାଳୟରେ ଏନପିପି ଦବଦବା ପୁଣି ଜାହିର୍ କରିଥିବା ବେଳେ ସରକାର ଗଢ଼ିବା ଲାଗି ସଂଖ୍ୟା ଗରିଷ୍ଠତା ହାସଲ କରି ପାରି ନାହିଁ । ଏବେ ସୁଦ୍ଧା ତ୍ରିପୁରାରେ ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ ଆଗୁଆ ରହିଛି । ସେହିଭଳି ସିପିଆଇ ୧୧ଟି ଆସନ ଜିତିଥିବା ବେଳେ ଟିଏମପି ହାତେଇଛି ୧୩ଟି ଆସନ । କଂଗ୍ରେସ ୩ଟି ଆସନରେ ସନ୍ତୁଷ୍ଟ ହୋଇଥିବା ବେଳେ ଆଇପିଏଫଟିକୁ ଗୋଟିଏ ଆସନ ମିଳିଛି । ଫଳାଫଳ ବିଜେପି ସପକ୍ଷରେ ଯାଇଛି । ନାଗାଲାଣ୍ଡରେ ବିଜେପି ୧୨ଟି ଆସନ ଜିତିଥିବା ବେଳେ ମେଣ୍ଟ ସହଯୋଗୀ ଏନଡିପିପି ୨୩ଟି ଆସନ ହାତେଇଛି । ଅର୍ଥାତ୍ ବହୁମତ ରେସରେ ପାସ୍ ହୋଇଛି ବିଜେପି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ୬ଟି ଆସନ ଜିତିଥିବା ବେଳେ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କିନ୍ତୁ ମେଘାଳୟରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳି ନାହିଁ । ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ୫ଟିରେ ଆଗୁଆ ରହିଛି । ଏଠି ବିଜେପି ୨ଟି ଆସନରେ ଜିତିଥିବା ବେଳେ ଗୋଟିଏରେ ଆଗୁଆ ଚାଲିଛି । ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ ତ୍ରୁଣମୂଳ କଂଗ୍ରସ ୪ଟି ଆସନ ଜିତିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.