ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଅନ୍ଦୋଳନ, ରାଜରାସ୍ତାରେ ଶହ ଶହ ଡ୍ରାଇଭର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛନ୍ତି। ଆଜି ମାର୍ଚ୍ଚ ୧୫ ବୁଧବାର ଠାରୁ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଅନ୍ଦୋଳନ ଆରମ୍ଭ ହୋଇଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ଏହି ଆନ୍ଦୋଳନ। ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଶହ ଶହ ଡ୍ରାଇଭର। ସକାଳୁ ସକାଳୁ ଭୁବନେଶ୍ୱର ତମାଣ୍ତୋରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ ହୋଇଯାଇଛି। ସେହିପରି ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ମଧ୍ୟ ଆରମ୍ଭ ହୋଇଯାଇଛି। ବୁର୍ଲା, କୁଚିଣ୍ତା, ହୀରାକୁଦ, ବଣାଇ, ଗୁରୁଣ୍ତିଆ, ଲହୁଣୀପଡ଼, କୋଇଡାରେ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳୁଛି। ଅନ୍ୟପକ୍ଷରେ ସମସ୍ତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ କରାଯାଇଛି। ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଡ୍ରାଇଭରଙ୍କ ଦାବିକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ବିଚାର କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.