ରାୟଗଡାରେ ୨ଟି ସ୍ଥାନରେ ପାଳନ ହେବାକୁ ଯାଉଛି ‘ଉଗାଦି’ ଉତ୍ସବ

• ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି ଉଭୟ ଉତ୍ସବ କମିଟି

• ଯୁବତୀ ଓ ମହିଳାଙ୍କ ପାଇଁ ରଙ୍ଗୋଲି, ମେହେନ୍ଦି ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ମାର୍ଚ୍ଚ ୨୨ତାରିଖ ଦିନ ତେଲୁଗୁ ସଂପ୍ରଦାୟ ଲୋକେ ପାଳିବେ ନବବର୍ଷ ତଥା ‘ଉଗାଦି’ । ଚଳିତ ବର୍ଷ ଏହି ଉଗାଦି ପର୍ବ ପାଳନକୁ ନେଇ ରାୟଗଡା ସହରରେ ଏବେ ଠାରୁ ଚଳଚଂଚଳ ଦେଖିବାକୁ ପ୍ରଥମ କରି ସହରର ୨ଟି ସ୍ଥାନରେ ପାଳନ ହେବାକୁ ଯାଉଛି ତେଲୁଗୁ ସଂପ୍ରଦାୟର ନବ ବର୍ଷର ପର୍ବ ‘ଉଗାଦି ଉତ୍ସବ’ । ରାୟଗଡା ସହରରେ ବିଜୁ ଜନତା ଦଳର ଫାଟକୁ ନେଇ ଯେତିକି ଚର୍ଚ୍ଚା ହେଉନାହିଁ ତାହା ଠାରୁ ଅଧିକା ଜୋର ଧରିଛି ଏହି ‘ଉଗାଦି ଉତ୍ସବ’ ପାଳନକୁ ନେଇ ଚର୍ଚ୍ଚା । ସହରର ବିଭିନ୍ନ ମୁଖ୍ୟ ଛକ ଗୁଡିକରେ ଲଗାଯାଇଛି ଉଗାଦି ଉତ୍ସବର ବ୍ୟାନର । ରାୟଗଡା ଜିଲ୍ଳା ବିଜୁ ଜନତା ଦଳର ବରିଷ୍ଠ ତୁଙ୍ଗ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ସଭାପତିତ୍ୱରେ ରାୟଗଡା ଡିଷ୍ଟ୍ରିକ୍ ଉଗାଦି ଉତ୍ସବ କମିଟି ପକ୍ଷରୁ ହୋଟେଲ ତେଜସ୍ୱୀ ସମ୍ମୁଖ ପଡିଆ ଠାରେ ୧୧ତମ ବର୍ଷର ଉଗାଦି ଉତ୍ସବ ୨ଦିନ ଧରି ପାଳନ କରାଯିବାକୁ ଥିବା ବେଳେ ରାୟଗଡା ଜିଲ୍ଳା ଉଗାଦି ଉତ୍ସବ କମିଟି ସଭାପତି ତଥା ଆଇନଜୀବି ଭି.ସନ୍ୟାସୀ ରାଜୁ ଏବଂ ଆବାହକ ପି.ଗୈାରୀ ଶଙ୍କର ରାଓଙ୍କ ନେତୃତ୍ୱରେ ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ହୀରୋ ସୋ’ରୁମ୍ ସମ୍ମୁଖ ଖୋଲା ପଡିଆ ଠାରେ ମଧ୍ୟ ପ୍ରଥମ ବର୍ଷର ଉଗାଦି ଉତ୍ସବ ୨ଦିନ ଧରି ପାଳନ କରାଯିବ ବୋଲି ଜଣାପଡିଛି । ଉଭୟ କମିଟି ପକ୍ଷରୁ ଉକ୍ତ ୨ଦିନର ସଂଧ୍ୟାରେ ଭରପୁର ମନୋରଂଜନ ରହିଥିବା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନ ଦିଆଯାଇଥିବା ବେଳେ ତେଲୁଗୁ ଚଳଚ୍ଚିତ୍ର ଜଗତର ସୁନାମ ଧନ୍ୟ ଅଭିନେତ୍ରୀ, ହାସ୍ୟ କଳାକାରଙ୍କ ସମେତ ଅନ୍ୟ କଳାକାରମାନଙ୍କ ଚିତାକର୍ଷକ ପରିବେଷଣ ଦେଖିବାକୁ ମିଳିବ । ଯାହାକୁ ନେଇ ସହରର ଯୁବଗୋଷ୍ଠୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ହୀରୋ ସୋ’ରୁମ୍ ସମ୍ମୁଖ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଉଗାଦି ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେବାକୁ ଥିବା ବେଳେ ବିଶିଷ୍ଠ ଅତିଥି ଭାବେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍ ଲୋକସଭା ସାଂସଦ କେ.ରାମମୋହନ ନାଇଡୁ ଯୋଗ ଦେବେ ବୋଲି ଜଣାପଡିଛି । ସେହିପରି ସମ୍ମାନୀତ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଏସଡିସି ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳାପାଳ ସ୍ୱଧାଦେବ ସିଂ, ଏସ.ପି. ବିବେକାନନ୍ଦ ଶର୍ମା, ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡିକା ଏବଂ ମୁଖ୍ୟ ବକ୍ତା ଭାବେ ଟଲିଉଡ୍ ଜଗତର ଖ୍ୟାତାନାମା ଗୀତକାର ବି.ବିଜୟ କୁମାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଟଲିଉଡ୍ ଅଭିନେତ୍ରୀ ମେହରିନ୍‌,ପ୍ରିୟଙ୍କା ନିର୍ଭାଣାଙ୍କ ସମେତ ଟଲିଉଡ୍ ଏବଂ ବଲିଉଡର ସୁନାମଧନ୍ୟ କଣ୍ଠଶୀଳ୍ପୀ ଦୀପୁ,ଭାର୍ଗଭୀ ପିଲାଇ,ସୋନି ଏବଂ ଜବରଦସ୍ତ ହାସ୍ୟ ପ୍ରୋଗ୍ରାମର କଳାକାର ବିନୋଦ, ଦୋରାବାବୁ, ଅଭିନାଶ ଏବଂ ଫାଇମାଙ୍କ ସହ ଧୀ ଡେନ୍ସର୍ସ ପ୍ରମୁଖ ଉଗାଦି ମଂଚରେ ପରିବେଷଣ କରି ଦର୍ଶକଙ୍କୁ ମନୋରଂଜନ କରିବେ ।

Udyog Nursery
Udyogi Nursery

ଉଗାଦି ଉତ୍ସବ ପାଳନ ଅବସରରେ ମାର୍ଚ୍ଚ ୨୨ତାରିଖ ସକାଳ ସାଢେ ଆଠଟା ସମୟରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ନୂତନ ପାଂଜି ପଠନ ସହ ପାରମ୍ପରିକ ଆମ୍ବ ଆଚାର ବିତରଣ, ଗୀତା ପରାୟାଣ, କବି ସମ୍ମିଳନୀ, କବିତା ଗୋଷ୍ଠୀ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଜବରଦସ୍ତ ହାସ୍ୟ ପ୍ରୋଗ୍ରାମର କଳାକାର ରାମ ପ୍ରସାଦ, ରୋହିନୀ, ଇମାନୁଏଲ ଓ ବାବୁ ଯୋଗ ଦେବାକୁ ଥିବା ବେଳେ ଦ୍ୱିତୀୟ ସଂଧ୍ୟାରେ ସୁନାମଧନ୍ୟ କଣ୍ଠଶୀଳ୍ପି କଳ୍ପନା, ଏସ.ପି.ଚରଣ, ଜୟନ୍ତ, ବି.ଆଦିତି ଓ ଆଇ.ରାଜୁ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛିସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଥିବା ଉଗାଦି ଉତ୍ସବ କାର୍ଯ୍ୟକ୍ରମ ମଧ୍ୟରେ ମାର୍ଚ୍ଚ ୨୨ତାରିଖ ସକାଳ ୯ଟା ସମୟରେ ନ୍ୟିୁକଲୋନୀର ହୋଟେଲ ସ୍ୱାଗତ ନିକଟସ୍ଥ ଶ୍ରୀ ରାମଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନୂତନ ପାଂଜି ପଠନ, କବିତା ପାଠୋତ୍ସବ, କବି ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି ।

ଏହି ଉତ୍ସବ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡିଆ ଠାରେ ରଙ୍ଗୋଲି,ମେହେନ୍ଦି ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦୦ରୁ ଉର୍ଦ୍ଧ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉତ୍ସବ ପାଳନ କମିଟିର ସଭାପତି ଶ୍ରୀ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.