ସୋନପୁର ଓକିଲ ସଂଘ ନିର୍ବାଚନ: ବିଧାନ ଚନ୍ଦ୍ର ପାଣିଗ୍ରାହୀ ସଭାପତି, ପ୍ରଫୁଲ୍ଲ କୁମାର ସାହୁ ସମ୍ପାଦକ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ବାର ଆସୋସିଏସନ ନିର୍ବାଚନ ଶନିବାର ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା ହୋଇଛି। ସୋନପୁର ଓକିଲ ସଂଘର ସଭାପତି ଭାବରେ ନବମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାନ ଚନ୍ଦ୍ର ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ  ୧୬ ଟି ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦୀ ରବୀନ୍ଦ୍ର କୁମ୍ଭାରକୁ ପରାସ୍ତ କରିଛନ୍ତି। ସମ୍ପାଦକ ଭାବରେ ପ୍ରଫୁଲ୍ଲ କୁମାର ସାହୁ ଏବଂ ଉପସଭାପତି ଭାବରେ ଦେବେନ୍ଦ୍ର ପର୍ଡିଆ ନିର୍ବାଚିତ ହୋଇଛନ୍ତି। ଏଥର ନିର୍ବାଚନ ମଇଦାନରେ ମୋଟ ୭ ଜଣ ପ୍ରାର୍ଥୀ ଥିଲେ। ସଭାପତି ପଦ ପାଇଁ ତିନି ଜଣ ପ୍ରତିତ୍ବନ୍ଦିତା କରିଥିବା ବିଧାନ ଚନ୍ଦ୍ର ପାଣିଗ୍ରାହୀ ୭୩ ଖଣ୍ଡ, ଗୌରୀଶ୍ୟାମ ପଣ୍ଡା ୪୧ ଖଣ୍ଡ , ରବିନ୍ଦ୍ର କୁମ୍ଭାର ୫୭ ଖଣ୍ଡ ଭୋଟ ପାଇଛନ୍ତି।  ସେହି ପରି ଉପ-ସଭାପତି ପଦବୀ ପାଇଁ ଦେବନ୍ଦ୍ର ପର୍ଡିଆ ୧୧୬ ଖଣ୍ଡ ଏବଂ ମନୋଜ କୁମାର ବିଶି ୫୫ଖଣ୍ଡ ଏବଂ ସମ୍ପାଦକ ଭାବେ ପ୍ରଫୁଲ୍ଲ କୁମାର ସାହୁ ୮୭ ଖଣ୍ଡ ଏବଂ ଦୀପ ଦାସ ମହାପାତ୍ର ୮୩ ଖଣ୍ଡ ପାଇଛନ୍ତି। ମୋଟ ୧୮୮ ଜଣ ସଦସ୍ଯ ମତଦାନ କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ହେମନ୍ତ କୁମାର ସାହୁ, ସହକାରୀ ନିର୍ବାଚନ ଅଧିକାରୀ ଭାବରେ ବରୁଣ ମହାନ୍ତି ଓ ବନ୍ଦାବନ ମିଶ୍ର କାର୍ଯ୍ୟ ତୁଲାଇଥିଲେ।ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.