ବିଜେପୁର ଓ ତ୍ରିଲୋଚନପୁର ସିଆରପିଏଫ ୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ବିଜେପୁର ସିଆରପିଏଫ ୪ର୍ଥ ବାଟାଲିୟନ ପକ୍ଷରୁ ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ସିଆରପିଏଫ କ୍ୟାମ୍ପ ପରିସରରେ ସିଆରପିଏଫ ୪ର୍ଥ ବାଟାଲିୟାନ ଆସିଷ୍ଟେଣ୍ଡ କମାଣ୍ଡେଣ୍ଟ ଉମାକାନ୍ତ ବି. ଗିରାଡ଼କରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ସମ୍ମାନୀତ ଅତିଥି ଭାବେ ବିଜେପୁର ସରପଞ୍ଚ ଜନନୀ ମାଝୀ, ବିଜେପୁର ଥାନା ଦ୍ୱିତୀୟ ଅଧିକାରୀ ରମେଶ କୁମାର ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଜେପୁର ପଞ୍ଚାୟତ ୧୧ ଗୋଟି ଗ୍ରାମର ୧୦୯ ଜଣ ଗରିବ ମହିଳାଙ୍କୁ ଶାଢ଼ୀ ଓ ୧୦୦ ଜଣ ପୁରୁଷଙ୍କୁ ଲୁଙ୍ଗି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଅମିତ ସାହୁ, ରାହୁଳ ମାଝୀ, ବିକାଶ ଗୁପ୍ତା, ବିଶ୍ୱଜିତ ରାୟ, ଅଜୟ ସିଂ ସମେତ ଅନ୍ୟ ଯବାନ ମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଭାବେ ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ସିଆରପିଏଫ କ୍ୟାମ୍ପ ପରିସରରେ ମଧ୍ୟ ଜନ ସମ୍ପର୍କ ଶିବିର ଆୟୋଜିତ ହୋଇଥିଲା। ସିଆରପିଏଫ କମାନଣ୍ଡେଣ୍ଟ ମନୋଜ କୁମାର ଯାଦବଙ୍କ ତତ୍ତ୍ୱାବଧାନରେ ତ୍ରିଲୋଚନପୁର ୪ର୍ଥ ବାଟେଲିୟାନ ଆସିଷ୍ଟେଣ୍ଟ କମାଣ୍ଡେଣ୍ଟ ପ୍ରବୀଣ କୁମାର ନେନୱାଲଙ୍କ ଉପସ୍ଥିତରେ ଅତିଥି ଭାବେ ତ୍ରିଲୋଚନପୁର ସରପଞ୍ଚ ଲଷ୍ମୀ ମାଝୀ, ବିଜେପୁର ଥାନା ଅଧିକାରୀ ଲିଙ୍ଗରାଜ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରରେ ପଞ୍ଚାୟତର ୧୩ ଗୋଟି ଗ୍ରାମର ୨୧୦ ଜଣ ଗରିବ ପୁରୁଷ ଓ ମହିଳାଙ୍କୁ ଶାଢ଼ୀ ଓ ଲୁଙ୍ଗି ବଣ୍ଟନ କରାଯାଇଥିଲା। ଏହି ଶିବିରରେ ତ୍ରିଲୋଚନପୁର ସିଆରପିଏଫ ୪ର୍ଥ ବାଟାଲିୟନ ଯବାନ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.