ପ୍ରଥମ ଥର ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍, ଆଙ୍କରିଂ କରିବେ ଲୋରିଆ

ଓଡ଼ିଆ ବାର୍ତ୍ତା/ କଟକ: ପ୍ରଥମ ଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌। ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍‌ ସିଜନ୍‌-୧୬ ଓଡ଼ିଆରେ ପ୍ରସାରିତ ହେବା ସହ ଏଥିରେ ଓଡ଼ିଆରେ ଆଙ୍କରିଂ କରିବେ କଟକର ଲୋରିଆ ମହାନ୍ତି। ହିନ୍ଦୀ ଓ ଇଂରାଜୀ ଭଳି ପ୍ୟାନେଲ୍‌ରେ ବି ଓଡ଼ିଆ ଅତିଥି ରହିବେ । ମ୍ୟାଚ୍‌ ପୂର୍ବରୁ ଓଡ଼ିଆ ଡିବେଟ୍‌ ପ୍ୟାନେଲ ‘ମ୍ୟାଚ୍‌ ସେଣ୍ଟର୍‌ ଲାଇଭ୍‌ ଅଧଘଣ୍ଟାର କାର୍ଯ୍ୟକ୍ରମ ରହିବ। ଏହି କାର୍ଯ୍ୟକ୍ରମକୁ ଆଙ୍କରିଂ କରିବେ ଲୋରିଆ। କେବଳ ସେତିକି ନୁହେଁ, ପ୍ୟାନେଲ ଆଲୋଚନା, ମ୍ୟାଚ୍‌ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବାକୁ ଥିବା ବେଳେ ଜିଓ ସିନେମା ଆପ୍‌ରେ ଦର୍ଶକମାନେ ଓଡ଼ିଆ ଭାଷାରେ ଆଇପିଏଲ୍‌ ମ୍ୟାଚ୍ ଦେଖିପାରିବେ। ଆଇପିଏଲ୍‌ ଓଡ଼ିଆରେ ପ୍ରସାରିତ କରିବାକୁ ଆଙ୍କର ପାଇଁ ଗତମାସରେ ଅଡିସନ୍‌ ହୋଇଥିଲା। ଏଥିରେ ଲୋରିଆଙ୍କୁ ଚୟନ କରାଯାଇଛି। ମ୍ୟାଚ୍‌ ପୂର୍ବରୁ ଯେଉଁ ଅଧଘଣ୍ଟା ଓଡ଼ିଆ ଡିବେଟ୍‌ ପ୍ୟାନେଲ୍‌ ‘ମ୍ୟାଚ୍‌ ସେଣ୍ଟର ଲାଇଭ୍‌ ଆଲୋଚନା ହେବ ଏହି କାର୍ଯ୍ୟକ୍ରମକୁ ଲୋରିଆ ଆଙ୍କରିଂ କରିବେ ବୋଲି ସୂଚନା ମିଳିଛି। ଏହି ଡିବେଟ୍‌ରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ପ୍ରମୁଖ ଅତିଥିମାନେ ଯୋଗଦେବେ। ସୂଚନା ଥାଉକି ମାର୍ଚ୍ଚ ୧୩ ତାରିଖରେ ଚଳିତବର୍ଷ ଆଇପିଏଲ୍‌ ସିଜିନ୍‌-୧୬ ଆରମ୍ଭ ହେବାକୁ ହେହ। ଏଥର ଜିଓ ସିନେମା ଆପ୍‌ରେ ୧୨ଟି ଭା‌ଷାରେ ଆଇପିଏଲ୍‌ ଦେଖିବାକୁ ସୁଯୋଗ ମିଳିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.