ଅପ୍ରେଲ ୨୨ ଜୁନାଗଡ଼ରେ ଜିଲ୍ଲା ସ୍ତରୀୟ “ପର୍ଶୁରାମ ଜୟନ୍ତୀ” ପାଳନ କରିବ ବ୍ରାହ୍ମଣ ସମାଜ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ଅପ୍ରେଲ ୨୨ ତାରିଖରେ କଳାହାଣ୍ଡି ଗଡଜାତର ପୁରାତନ ରାଜଧାନୀ ଜୁନାଗଡ଼ ଠାରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ”ପର୍ଶୁରାମ ଜୟନ୍ତୀ” ଅୟୋଜକ କରିବା ନିମନ୍ତେ ରବିବାର ଭବାନୀପାଟଣା ସ୍ଥିତ କ୍ରିୟା ଯୋଗ କେନ୍ଦ୍ର ଠାରେ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସ୍ଥିର କରାଯାଇଛି। ଏଥିରେ ଜିଲ୍ଲା କମିଟି ଓ ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଓ ସଦସ୍ୟ ସମେତ ଜିଲ୍ଲାର ସମସ୍ତ ବ୍ଳକ ବ୍ରାହ୍ମଣ ସମାଜ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଯୋଗ ଦେବେ। ଏହି ଅବସରରେ ଭଗବାନ ପର୍ଶୁରାମଙ୍କ ପୂଜାର୍ଚ୍ଚନା ସହ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକର ପ୍ରାରମ୍ଭରେ ପର୍ଶୁରାମଙ୍କ ଫୋଟୋଚିତ୍ରରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ ଓ ବେଦ ପାଠ କରାଯାଇଥିଲା। ଜିଲ୍ଲାର ଦିବଙ୍ଗତ ବ୍ରାହ୍ମଣ ପୁରୁଷ ଓ ମହିଳା ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରସ୍ତାବ ଆଗତ କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର କାର୍ଯ୍ୟକାରିଣୀ ବୈଠକର ଉଦ୍ଦେଶ୍ୟ ଜ୍ଞାପନ ସହ ସମାଜ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା ସାଙ୍ଗଠନିକ କାର୍ଯ୍ୟ କଳାପ ସମ୍ପର୍କରେ ଆଲୋଚନା କରିବା ସହ ପଞ୍ଚାୟତ ଓ ଗ୍ରାମ ସ୍ତରୀୟ ବ୍ରାହ୍ମଣ ସମାଜ କମିଟି ମାନ ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡଙ୍ଗୀ, ଜିଲ୍ଲା ଉପସଭାପତି ସତ୍ୟ ନାରାୟଣ ପଣ୍ଡା,  ସମ୍ପାଦକ ହେମନ୍ତ ପଣ୍ଡା, ଜିଲ୍ଲା କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ ନିଜ ନିଜର ବକ୍ତବ୍ୟରେ ସମସ୍ତ ବ୍ରାହ୍ମଣ ପରିବାରକୁ ସଂଗଠନ ସହ ଯୋଡି ଏକତା ସୂତ୍ରରେ ସମସ୍ତଙ୍କୁ ବାନ୍ଧିବା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ କରିଥିଲେ। ଏହି ବୈଠକରେ କେସିଙ୍ଗା ବ୍ଳକ ବ୍ରାହ୍ମଣ ସମାଜ ସଭାପତି ପ୍ରଦୀପ୍ତ ରଥ, ନର୍ଲା ବ୍ଳକ ବ୍ରାହ୍ମଣ ସମାଜ ସଭାପତି ବଦ୍ରୀ ମିଶ୍ର, ଲାଞ୍ଜିଗଡ଼ ବ୍ଳକ ବ୍ରାହ୍ମଣ ସମାଜ ସଭାପତି ହରେକୃଷ୍ଣ ଯୋଶୀ, ଜୁନାଗଡ଼ ବ୍ଳକ ବ୍ରାହ୍ମଣ ସମାଜ ସଭାପତି ଶାନ୍ତନୁ ଯୋଶୀ, ଗୋଲାମୁଣ୍ଡା ବ୍ଳକ ସଭାପତି ଷଷ୍ଠୀ ପ୍ରସାଦ ମୁଣ୍ଡ, ଧର୍ମଗଡ଼ ବ୍ଳକ ବ୍ରାହ୍ମଣ ସମାଜ ସଭାପତି ଅଜିତ ପଣ୍ଡା, ଜୟପାଟଣା ବ୍ଳକ ସଭାପତି ରଜନୀ କାନ୍ତ ଠାକୁର ସମେତ ବହୁ ବ୍ଳକ କର୍ମକର୍ତ୍ତା ଓ କଯ୍ୟକାରୀ ସଭ୍ୟ ମାନେ ଯୋଗ ଦେଇ ସଂଗଠନକୁ ସୁଦୃଢ କରିବା ନିମନ୍ତେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। ଏହି ଅବସରରେ କଳାହାଣ୍ଡି ଓକିଲ ସଂଘ ସଭାପତି ରୂପେ ନିର୍ବାଚିତ ହୋଇଥିବା ସନ୍ତୋଷ କୁମାର ପଣ୍ଡା ଓ ସମ୍ପାଦକ ରୂପେ ନିର୍ବାଚିତ ହୋଇଥିବା କମଲ ଶତପଥୀଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଉପ ସଭାପତି ବିନୋଦ ଶର୍ମା ସ୍ୱାଗତ ଭାଷଣ ଓ ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ପରବର୍ତ୍ତୀ ଜିଲ୍ଲା କାର୍ଯକାରିଣୀ ବୈଠକ ଜୁନ ଶେଷ ସପ୍ତାହରୁ ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ଜୟପାଟଣା ଠାରେ ଆୟୋଜନ କରିବାକୁ ରବିବାର ବୈଠକରେ ସ୍ଥିର କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.