ଜନପ୍ରତିନିଧିଙ୍କ ଚାପରେ ଆରମ୍ଭ ହେଲା ଲଙ୍ଗଳେଶ୍ୱର-ଘୋଡାପଡା ରାସ୍ତା ମରାମତି, ଖର୍ଚ୍ଚ ହେବ ୫୫ ଲକ୍ଷ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦୀର୍ଘଦିନ ଖଲ୍ଲିକୋଟ ବ୍ଲକର ୬ ଗୋଟି ପଂଚାୟତର ଅଧିବାସୀମାନେ ଯାତାୟାତ ପାଇଁ ଯନ୍ତ୍ରଣା ଭୋଗୁଥିବା ଅଧିବାସୀ ମାନଙ୍କ ଅଭିଯୋଗ ଓ ୬ ଖଣ୍ଡ ପଂଚାୟତର ସରପଂଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ ଓ ସମାଜସେବୀମାନେ ଗଂଜାମ ଜିଲ୍ଲାପାଳଙ୍କୁ ଉଦବେଗ ଜଣାଇବା ପରେ ଉକ୍ତ ରାସ୍ତା ମରାମତି ପାଇଁ ଆସିଥିବା ୫୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି l ଉକ୍ତ ଅର୍ଥରେ ରାସ୍ତାରେ ଆବଶ୍ୟକ କଂକ୍ରିଟ ସହ ପେବେର ପଡିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି l ପ୍ରକାଶ ଥାଉକି, ଗତ ତିନି ବର୍ଷ ତଳେ ଉକ୍ତ ରାସ୍ତା ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ସାଢେ ଚାରିକୋଟି ଟଙ୍କା ବିନିଯୋଗ କରାଯାଇ ଥିଲେ ମଧ୍ୟ ନିମ୍ନ ମନର ନିର୍ମାଣ କାର୍ଯ୍ୟ ଯୋଗୁ ରାସ୍ତା ଭାଙ୍ଗିବା ସହ ଖାଲଖମା ସୃଷ୍ଟି ହୋଇ କୁତ୍ରିମ ପୋଖରୀ ସୃଷ୍ଟି ହୋଇ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇ ଆସୁଥିଲା l ଏହି ଘୋଡାପଡା – ଲଙ୍ଗଳେଶ୍ୱର ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହେବା ଫଳରେ ପଂଚାୟତ ବାସୀ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଠିକ ଢଙ୍ଗରେ ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମବାସୀ ମାନେ ତଦାରଖ କରିବା ସହ ଉତ୍ତମ ମାନର ମରାମତି କାର୍ଯ୍ୟ ପାଇଁ ସତର୍କ ଦୃଷ୍ଟି ରଖିଥିବା ପ୍ରକାଶ l ତେବେ ଉକ୍ତ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ପୂର୍ଣ୍ଣାଙ୍ଗ ରାସ୍ତା ନିର୍ମାଣ ପାଇଁ ଅଂଚଳ ବାସୀ ଦାବି ଜଣାଇଛନ୍ତି l ଏଣେ ୩୧ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଖଲ୍ଲିକୋଟ – ମାଣପଲ୍ଲି ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଉକ୍ତ ରାସ୍ତାକୁ ପ୍ରସ୍ତ କରି ପୂର୍ଣ୍ଣାଙ୍ଗ ରାସ୍ତା ନିର୍ମାଣ ପାଇଁ ଖୁବ ଶୀଘ୍ର ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ବିଭିନ୍ନ ମହଲରେ ଉଦ୍ୟମ ଚଳାଇଥିବା ପ୍ରକାଶ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.