ଖମନପଡା ଶାଳ ବଣ ମଧ୍ୟରେ ସମ୍ପନ୍ନ ହେଲା ମାଁ ତାରିଣୀଙ୍କ  ଚଇତି ପର୍ବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ବାସ ଓ ଭକ୍ତିଭାବର ମୂର୍ତ୍ତିମନ୍ତ ପ୍ରତିକ ମାଁ ତାରିଣୀଙ୍କ ଚଇତି ପର୍ବ କଳାହାଣ୍ଡି ଜିଲ୍ଲାର ଅନେକ ପୀଠରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ସେହି କ୍ରମରେ ନର୍ଲା ବ୍ଲକ ଖମନପଡା ସ୍ଥିତ ଶାନ୍ତ ସୁରମ୍ୟ ଶାଳ ବଣ ମଧ୍ୟସ୍ଥ ତାରିଣୀ ମନ୍ଦିରରେ ତିନି ଦିନ ଧରି ଆୟୋଜିତ ହୋଇଥିଲା ୨୦ତମ ଚଇତି ପର୍ବ । ବିଧିବିଧାନ ଓ ନିତି କାନ୍ତି ସହ ପୂଜକ ପର୍ଶୁରାମ ମାଝୀ ମାଁ ତାରିଣୀଙ୍କ ପୂଜାର୍ଚ୍ଚନା କରିଥିବାବେଳେ କର୍ତ୍ତା ଭାବରେ ମଧୁ ସୁଦନ ମାଝୀ ଓ କାନ୍ତି କୁମାରୀ ମାଝୀ ଦାୟିତ୍ୱ ନିର୍ବାହ କରି ଥିଲେ । ପ୍ରତିଦିନ ଶାଳ ବଣ ମଧ୍ୟରେ ଥିବା ମାଁ ତାରିଣୀଙ୍କ ମନ୍ଦିରରେ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ସମାଗମ ଲାଗି ରହିଥିଲା । ପ୍ରତେକ ରାତି ମନୋରଞ୍ଜନ କାର୍ଯ୍ୟକ୍ରମରେ ନାଟକ ଓ ଦଣ୍ଡ ନୃତ୍ୟ ପାରବେଷିତ ହୋଇଥିଲା । ପଣା ସଂକ୍ରାନ୍ତି ଦିନ ଉଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବରେ ନର୍ଲାବ୍ଲକ ଆଦିବାସୀ ସଂଘ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ହରି ଶଙ୍କର ମାଝୀ, ଯୁବ ସମାଜସେବୀ ନୀଳମାଧବ ସିଂ ଦେଓ, ଗାଡେବନ୍ଧ ସମିତି ସଭ୍ୟାଙ୍କ ପ୍ରତିନିଧି ଅଜିତ ସାହୁ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ଯୁବ ସମାଜସେବୀ ଗୋବିନ୍ଦ ତାଣ୍ଡି, ନିଶାଣପୁର ସରପଞ୍ଚଙ୍କ ପ୍ରତିନିଧି ମନୋଜ କରୁଆଁ, ଗାଡେବନ୍ଧ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଏଲି ସା ନାଗ ଯୋଗ ଦେଇଥିବା ବେଳେ ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରି ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୁଡ଼ୁ ବିଭାର, ଲୁକେଶ ମାଝୀ, ଜିତେନ୍ଦ୍ର ମାଝୀ, ଧର୍ମେନ୍ଦ୍ର ମାଝୀ, ସୁନୀଲ, କେଶବ, ଗଗନ, କ୍ଷୀର, ମିଟୁ, ପ୍ରମୋଦ ନୀଳାଞ୍ଚଳ, ଚଉବନ, ହେମନ୍ତ, ଅରକ୍ଷିତଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.