ଖଲ୍ଲିକୋଟ ବ୍ଲକ : ଭତ୍ତା ଅପେକ୍ଷାରେ ୮ ହଜାର ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ରାଜ୍ୟ ଓ କେନ୍ଦ୍ର ସରକାର ସାମାଜିକ ନିରାପତ୍ତା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ଖଲ୍ଲିକୋଟ ବ୍ଲକରେ ଭତ୍ତା ପାଇବା ପାଇଁ ପ୍ରାୟ ୮ ହଜାର ଯୋଗ୍ୟ ହିତାଧିକାରୀ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ମାନେ ବର୍ଷ ବର୍ଷ ଧରି ଆବେଦନ କରି ଅପେକ୍ଷା କରି ରହିଥିବା ଜଣାପଡିଛିl ଭତ୍ତାକୁ ଅପେକ୍ଷା କରି ଅନେକ ବୃଦ୍ଧ ଆଖି ବୁଜିଲେଣି। ଆବଶ୍ୟକ ଟାର୍ଗେଟ ଆସୁନଥିବା ଯୋଗୁ ବହୁ ବୃଦ୍ଧ ଓ ବିଧବା ବୟସ ୮୦ ଅତିକ୍ରାନ୍ତ କରିବାକୁ ବସିଲେଣି। ସରକାରଙ୍କ ନୂଆ ଟାର୍ଗେଟ ନ ଆସି ନଥିବା ବେଳେ ଭତ୍ତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ପରେ ସେହି ଖାଲି ସ୍ଥାନରେ ଅପେକ୍ଷାରେ ଥିବା ହିତାଧିକାରୀ ମାନେ ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି। ବୟସ ବୃଦ୍ଧି ଅନୁପାତରେ ଭତ୍ତା ଦିଆଯାଉଥିବା ବେଳେ ୬୦ ବର୍ଷରେ ପହଂଚି ଥିବା ବୃଦ୍ଧ ବିଧବାମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିଥାଏ। ଯା ଫଳରେ ଭତ୍ତାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି। ଭତ୍ତା ପ୍ରଦାନ କରୁଥିବା ବ୍ଲକ ଓ ସହରାଂଚଳ ସଂସ୍ଥା ଠାରୁ ହଟାଇ ନେବା ପରେ ଭତ୍ତା ଧାରି ମାନେ ଦୁଇ ତିନି ମାସ ବିଳମ୍ବରେ ଭତ୍ତା ପାଉଛନ୍ତି। ବର୍ତ୍ତମାନ ରାଜ୍ୟର ଏକ ପବ୍ଲିକ ପ୍ରାଇଭେଟ ଅର୍ଥ ପରିଚାଳନା ସଂସ୍ଥା ଦ୍ୱାରା ଏହି ଭତ୍ତା ପ୍ରଦାନ କରାଯାଉଥିବା ଯୋଗୁ ଭତ୍ତା ପାଉଥିବା ହିତାଧିକାରୀ ମାନେ ପ୍ରଚଣ୍ଡ ଖରା ଓ ବର୍ଷା ବ୍ୟାଙ୍କରେ ଧାଡି ଲଗାଇ ଘଣ୍ଟା ଘଣ୍ଟା ସଂଖ୍ୟା ଛିଡା ହେବାକୁ ପଡୁଛି। ତଥାପି ଭତ୍ତା ପାଉଥିବା ହିତାଧିକାରୀ ମାନେ ଆଧାର କାର୍ଡ ଓ ଅନ୍ୟାନ୍ୟ ତ୍ରୁଟି କାରଣରୁ ଭତ୍ତା ପାଇବାରେ ଅସୁବିଧା ଉପୁଜୁଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଭତ୍ତାଧାରୀମାନେ ସେମାନଙ୍କ ଘର ନିକଟରେ ଭତ୍ତା ପାଇବା ପାଇଁ ଦାବି କରିଆସୁଥିବା ବେଳେ ନୂତନ ବ୍ୟବସ୍ତା ଯୋଗୁ ମାତ୍ର ୫୦୦ ଟଙ୍କା ଭତ୍ତା ପାଇଁ ନାହିଁ ନଥିବା ହଇରାଣ ହେବାକୁ ପଡୁଛି। ଭତ୍ତା ପାଉଥିବା ହିତାଧିକାରୀ ମଧ୍ୟରୁ ଅନେକ ୮୦ ବର୍ଷରୁ ଉର୍ଦ୍ଧ୍ବ ଅତିକ୍ରାନ୍ତ କରିଥିବା ବେଳେ ସେମାନେ ବର୍ଦ୍ଧିତ ଭତ୍ତା ପାଇ ପାରି ନାହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.