ସଇଁତଲା ଓକିଲ ସଂଘ ପକ୍ଷରୁ ଆଇନଜୀବି ଦିବସ ପାଳନ

ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଓକିଲ ସଂଘ ପକ୍ଷରୁ ମଧୁବାବୁ ଜନ୍ମ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଦୀପ ପ୍ରଜ୍ୱଳନ ସହିତ ମଧୁବାବୁଙ୍କ ଫଟୋରେ ମୁଖ୍ୟଅତିଥି ଏବଂ ଓକିଲ ସଂଘର ସମସ୍ତ ସଦସ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ଓକିଲ ସଂଘର ପୂର୍ବତନ ସଭାପତି ସଞ୍ଜୟ କୁମାର ବେହେରା ଯୋଗଦାନ କରି ସ୍ୱାଭିମାନ ଦିବସ ଉପଲକ୍ଷେ ଓକିଲମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ପରେ ବରିଷ୍ଠ ଓକିଲ ତଥା ପୂର୍ବତନ ସଭାପତି ଦେବରାଜ ପଣ୍ଡା, ସତ୍ୟନାରାୟଣ ସାହୁ, ସୁବୋଧ ମିଶ୍ର, ଗୌର ରାଜପଲିଆ, ପାନୁ ମହାନନ୍ଦ, ଜ୍ୟୋସ୍ନାରାଣୀ ବାଗ, ମନୋରଞ୍ଜନ ପୃଷେଠ ଓ ଝସକେତନ ରଣା ପ୍ରମୁଖ ମଧୁବାବୁ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂଘ ତରଫରୁ ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁଙ୍କୁ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ବୈଠକରେ ପ୍ରୀତିସାଗର ମହାନନ୍ଦ, ବେଦବ୍ୟାସ ଭୋଇ, ଦିଲୀପ ରାଜପଲିଆ, ମନୋଜ ପୃଷେଠ, ଯୁବରାଜ ରଣା, ପ୍ରଦୀପ ମାଝୀ, ଗୋକୁଳ ସୁନା, ମାନସ ରଣାଙ୍କ ସମେତ ଓକିଲ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ l ଶେଷରେ ସଂଘର ସମ୍ପାଦକ ଜପେଶ୍ୱର ଯାନୀ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.