୬ଦଫା ଦାବି ପୂରଣ କର -ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ନୂତନ ପେନସନ୍‍ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସଙ୍ଘ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଦାନ କରାଯାଇଛି । ଉକ୍ତ ଦାବି ମଧ୍ୟରେ ବିଗତବର୍ଷ ଭଳି ଏଲଭି(ଏ)ରୁ ଏଲଭି (ବି)କୁ ପଦୋନ୍ନତି ହେଲେ ଯେଉଁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସେହି ବିଦ୍ୟାଳୟ ପ୍ରଦାନ କରାଯାଉ । ସେହିପରି ସମସ୍ତ ସ୍ତରର ପଦୋନ୍ନତିରେ ବିଦ୍ୟାଳୟ ଚୟନ ପାଇଁ ବ୍ଲକ ସ୍ତରୀୟ କାଉନ୍ସିଲିଂ କରାଯାଉ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଚାକିରିରେ ପ୍ରବେଶ ଦିନଠାରୁ ଗଣନା କରି ପଦୋନ୍ନତି ଦିଆଯିବାକୁ ଦାବି କରିଛି ସଙ୍ଘ । ଅନୁରୂପ ଶିକ୍ଷକ ପଦୋନ୍ନତି ପରେ ବିଦ୍ୟାଳୟ ମାନଙ୍କରେ ଛାତ୍ର ଶିକ୍ଷକ ତୁଳନାରେ ବାହାରୁଥିବା ଶିକ୍ଷକମାନେ କାଉନ୍ସିଲିଂ ମାଧ୍ୟମରେ ଅନ୍ୟତ୍ର ବଦଳି କରିବାକୁ ସଙ୍ଘ ଦାବି କରିଛି । ଉକ୍ତ ସ୍ମାରକପତ୍ର ପ୍ରଦାନ ଅବସରରେ ସଙ୍ଘ ସଭାପତି ସୋମନାଥ ଗରଡା, ତାଉତି ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.