ସୋନପୁର ମଡେଲ ଡିଗ୍ରୀ କଲେଜର ସମାଜବିଜ୍ଞାନ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ସ୍ଥିତ ମଡେଲ୍ ଡିଗ୍ରୀ କଲେଜର ସମାଜବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମାଜବିଜ୍ଞାନ ବିଭାଗର ମୁଖ୍ଯ ଅଧ୍ୟାପକ ବିଶ୍ବରଞ୍ଜନ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ଡଃ ମହେନ୍ଦ୍ର ଭୋଇ, ଓଡ଼ିଆ ଅଧ୍ୟାପିକା କମଳା ସିଂ, ଓଡ଼ିଆ ଅଧ୍ୟାପକ ରମାକାନ୍ତ ମଙ୍ଗରାଜ, ପୂର୍ବତନ ସମାଜବିଜ୍ଞାନ ଅଧ୍ୟାପିକା ରିସିତା ବାନୋ,ଅଧ୍ୟାପକ ତ୍ରିନାଥ ମହାନ୍ତି, ରାଜନୈତିକ ବିଜ୍ଞାନ ଅଧ୍ୟାପକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ବିଦ୍ୟାଦାତା ଗଣେଶଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ‌। ଜାତୀୟ ସଙ୍ଗୀତ ଗାନ କରାଯିବା ପରେ କନିଷ୍ଠ ଛାତ୍ରୀମାନେ ସମସ୍ତଙ୍କୁ ଚନ୍ଦନ ପୁଷ୍ପଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଇଂରାଜୀ ଅଧ୍ୟାପକ ଡ଼ଃ ଭୋଇ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରିବା ସହ ଉଚ୍ଚତର ଶିକ୍ଷାଲାଭ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସମାଜବିଜ୍ଞାନ ବିଭାଗର ଅଧ୍ୟାପକ ଜେନା ଓ ମହାନ୍ତି ଉଦବୋଧନ ଦେଇ ସମାଜବିଜ୍ଞାନ ବିଷୟର ମୂଲ୍ଯ ଓ ଏହାର ଗୁରୁତ୍ବ ବୁଝାଇବା ସହ ଭବିଷ୍ଯତରେ ସେମାନଙ୍କ ଜୀବନରେ ଏହି ବିଷୟ ଉପାଦେୟ ହେବ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ସମାଜବିଜ୍ଞାନ ଅଧ୍ୟାପିକା ବାନୋ ସମାଜବିଜ୍ଞାନ କେବଳ ବହି ମାଧ୍ୟମରେ ଆବଦ୍ଧ ନୁହେଁ ବରଂ ଏହା ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ମାନଙ୍କର ଜୀବନର ଆସୁଥିବା ସମସ୍ତ ପ୍ରକାରର ସମସ୍ୟାର ସମାଧାନ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ ।

୧ମ ଓ ୨ୟ ବର୍ଷର ଛାତ୍ରୀ ଲିପିକା, ଅଲିଭା, ଖୁସି, ଲିପସା, ପୂଜା, ସୁମି,ସୁଶ୍ରୀ, ଲିପିକା, ମହେଶ୍ୱତା, ଦିପାଞ୍ଜଳୀ, ଜୋସ୍ନାମୟୀ ଓ ଅନ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଅତି ସୁନ୍ଦର ସାଜସଜ୍ଜା କରିଥିଲେ । ପିଲାମାନଙ୍କ ତରଫରୁ ଥଣ୍ଡା ପାନୀୟ ସହିତ ମିଷ୍ଠାନ୍ନ ବ୍ୟବସ୍ଥା ରଖାଯାଇଥିଲା ।  ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.