ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଭାରତ ସରକାରଙ୍କ ଜାତୀୟ ଲଳିତ କଳା ଏକାଡେମୀ,ଦିଲ୍ଲୀ ତରଫରୁ ଗୁଜରାଟର ପୋରବନ୍ଦର ଠାରେ ପେଣ୍ଟିଂ କ୍ୟାମ୍ପରେ ଯୋଗ ଦେବେ ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବାଲେଶ୍ୱରର ବରିଷ୍ଟ ଚିତ୍ରଶିଳ୍ପୀ ନିକୁଞ୍ଜ ବିହାରୀ ଦାସ। ଏବେ ଗୁଜୁରାଟ ଗସ୍ତରେ ଥିବା ଶ୍ରୀ ଦାସ ଚଳିତ ମେ ୨୨ ତାରିଖରେ ମହାରାଣା ଶ୍ରୀ ନାଟୱାର୍ସିନଜୀ ଆର୍ଟ ଗ୍ୟାଲେରୀ ଓପ ହଜୁର ପ୍ୟାଲେସ୍ ପୋରବନ୍ଦର ଠାରେ ନିଜର କଳାକୃତି ପ୍ରଦର୍ଶନ କରିବେ। ସେ ତାଙ୍କର ଓଡ଼ିଶାର କଳା ଓ ସଂସୃତିକୁ ନେଇ ଚିତ୍ର କଳା ମଧ୍ୟମରେ ପ୍ରତିବାଦୀତ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଲଳିତ କଳା ଏକାଡେମୀ ଦିଲ୍ଲୀ ତରଫରୁ ପୋରବନ୍ଦର ଗୁଜରାଟ ଠାରେ ପେଣ୍ଟିଂ କ୍ଯାଂମ୍ପରେ ଯୋଗ ଦେବା ପାଇଁ ଓଡିଶାରୁ ଶ୍ରୀ ଦାସଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ବରିଷ୍ଟ ଚିତ୍ରଶିଳ୍ପୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।