ନୂଆ ବୋତଲରେ ପୁରୁଣା ମଦ: ପୁରୁଣା କାର୍ଯ୍ୟ ଉପରେ ଅଳ୍ପ ମାଟି ସ୍ବାହା ସ୍ବାହା କରି ପୁରା ଟଙ୍କା ହଡପ ଯୋଜନା !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ଉପରେ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେବା ଏକ ପ୍ରକାର ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିଛି ।  ବର୍ତ୍ତମାନ ଏକ ଅଭିଯୋଗ ଆସି ପହଞ୍ଚିଛି ଏହି ବ୍ଲକର ରିଞ୍ଜା ଗ୍ରାମପଞ୍ଚାୟତ ଧାମନମୁଣ୍ଡାରୁ । ଯେଉଁଠି ପୁରୁଣା କାମ ଉପରେ ଅଳ୍ପ କିଛି ମାଟି ସ୍ବାହା ସ୍ବାହା କରି ପୁରା ଟଙ୍କା ହଡପ କରିବାର ମସୁଧା କରାଯାଇଛି । ଯାହାକୁ ନୂଆ ବୋତଲରେ ପୁରୁଣା ମଦ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ଧାମନମୁଣ୍ଡା ପୋଖରୀ ଖନନ ପାଇଁ ଫାଇଭ ଏସଏଫସି ଜରିଆରେ ଜିଲ୍ଲା ପରିଷଦ ପାଣ୍ଠିରୁ ୧ ଲକ୍ଷ ୫୦ ହଜାର ଟଙ୍କା ଅଟକଳ ଥିବା ବେଳେ ପୁରୁଣା ସୂଚନା ଫଳକରେ ନୂତନ ସୂଚନା ଫଳକ ଦର୍ଶାଇ ଲେଖା ଯାଉଥିବା ଅଭିଯୋଗ ହେଉଛି । ଧାମନମୁଣ୍ଡା ପୋଖରୀ ପୁରୁଣା କାମ ଉପରେ ଜେସିବି ମେସିନ ସାହାଯ୍ୟରେ ଦେଢ଼ ଫୁଟ ଖୋଲା ଯାଇ ବିଲର ମସୁଧା ଚାଳିଥିବା ସହ ହାରାହାରି ୬୦ ଟ୍ରିପ ମାଟି ଜେସିବି ସାହାଯ୍ୟରେ ଖୋଲି ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ହେଉଛି । ଏଥିରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଅଧିକ ସୂଚନା ପାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ । ତେବେ ଏହି ଅଭିଯୋଗର କେତେ ସତ୍ୟତା ଅଛି ତାହା ତଦନ୍ତ କଲେ ଜଣାପଡନ୍ତା । ତେଣୁ ଏଥିପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.