ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼

ଓଡ଼ିଆ ବାର୍ତ୍ତା/ ଢେଙ୍କାନାଳ: କାମାକ୍ଷାନଗର ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼ I ଗତକାଲି ବିଳମ୍ବିତ ରାତିରେ ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି I ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କାମାକ୍ଷାନଗର ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ସୂଚନାନୁସାରେ,କାହ୍ନୁ ଚରଣ ରାଜନୀତି ସହ ସ୍ଥାନୀୟ ଅଂଚଳରେ ଠିକାଦାରୀ ମଧ୍ୟ କରନ୍ତି I ପୂର୍ବରୁ ମଧ୍ୟ ୨ଥର ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହାସହ ୨୦୨୨ ଅକ୍‌ଟୋବର ୧୦ ତାରିଖରେ ଘର ଓ ଗାଡି ଉପରକୁ ବୋମା ମାଡ଼ ହୋଇଥିଲା। ୨୦୨୨ ଡିସେମ୍ବର ୨୮ରେ ତାଙ୍କୁ ଅପହରଣ ନେଇ ଉଦ୍ୟମ କରାଯାଇଥିଲା। ଗତକାଲି ରାତି ପ୍ରାୟ ୧୧ ତା ସମୟରେ ସେ ନିଜ କାରରେ ଘରକୁ ଫେରୁଥିବା ବେଳେ କାମାକ୍ଷାନଗର ମେନରୋଡ଼୍ ସ୍ଥିତ ତାରିଣୀ ଅଳଙ୍କାର ଦୋକାନ ସମ୍ମୁଖରେ ଏହି ଗୁଳିମାଡ଼ କରାଯାଇଥିଲା । ତାଙ୍କ ଡାହାଣ ହାତ ଓ ଜଙ୍ଗରେ ବାଜିଛି ଗୁଳି । ଗୁଳିମାଡ଼ରେ ଆହତ କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାତିରେକଟକ ଏସସିବିରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ର କାରଣ ଅସ୍ପଷ୍ଟ ଥିବାବେଳେ,ଠିକାଦାରୀ କିମ୍ବା ରାଜନୈତିକ ଆକ୍ରୋଶରୁ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି I ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଏକ ଖୋକା ଜବତ କରିବା ସହ ତଦନ୍ତ ଜାରି ରଖିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.