କଳାହାଣ୍ଡି ସାଂସଦଙ୍କ ଦ୍ବାରା ନର୍ଲା ଶିଶୁ ବିଦ୍ୟା ମନ୍ଦିରର ପ୍ରାର୍ଥନା ମଣ୍ଡପ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବ ନିର୍ମିତ ପ୍ରାର୍ଥନା ମଣ୍ଡପକୁ ରବିବାର କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପୂଜାପାଠ କରି ଶୁଭ ଉଦ୍ଗାଟନ କରିଛନ୍ତି । ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ସୁମନ୍ତ ପୂଝାରୀ, ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ, ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ପୂର୍ବତନ ଆଚାର୍ଯ୍ୟ ଏବଂ କଳାହାଣ୍ଡି ବିଜେପି ପଛୁଆ ବର୍ଗ ମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ବରିଷ୍ଠ ବିଜେପି ନେତା ଅନିରୁଦ୍ଧ ପଧାନ, ବିଦ୍ୟାଳୟର ଗୁରୁମା ମନୋରମା ପତିଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା ନୂତନ ପ୍ରାର୍ଥନା ମଣ୍ଡପକୁ ଉଦ୍ଘାଟନ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାଂସଦ ଶ୍ରୀ ପଣ୍ଡାଙ୍କ ଅନୁଦାନ ପାଣ୍ଠି, ଅଭିଭାବକ ଓ ସ୍ଥାନୀୟ ସହୃଦୟ ବ୍ୟକ୍ତି ମାନଙ୍କ ସାହାଯ୍ୟ ସହଯୋଗରେ ଏହି ପ୍ରାର୍ଥନା ମଣ୍ଡପଟି ନିର୍ମିତ ହୋଇଥିବା ଜଣାପଡିଛି । ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଗରୁ ମଧ୍ୟ ଶ୍ରେଣୀ କକ୍ଷ ଉପରେ ଆଜବେଷ୍ଟ ଛାଉଣୀ ଯୁକ୍ତ ଏକ ପ୍ରାର୍ଥନା ମଣ୍ଡପ ରହିଥିବା ବେଳେ କାଳ ବୈଶାଖି ପ୍ରଭାବରେ ଗତ ୫ ବର୍ଷ ତଳେ ଏହା ଭାଙ୍ଗି ଯାଇଥିଲା । ନର୍ଲା ଶିଶୁ ବିଦ୍ୟା ମନ୍ଦିର ଅନୁଷ୍ଠନଟି ନର୍ଲା ଅଞ୍ଚଳର ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏଥିରେ ପାଖାପାଖି ୮୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଣୁ ଏକା ସମୟରେ ପ୍ରାର୍ଥନା କରିବା ପାଇଁ ସମସ୍ୟା ସୃଷ୍ଟି ହେଉଥିଲା । ବର୍ତ୍ତମାନ ସାଂସଦଙ୍କ ଅନୁଦାନ ଓ ଅଞ୍ଚଳର ଜନସାଧାରଣଙ୍କ ଅନୁଦାନ ଯୋଗୁଁ ନୂତନ ପ୍ରାର୍ଥନା ମଣ୍ଡପ ନିର୍ମିତ ହୋଇ ପାରିଥିବାରୁ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ କଳାହାଣ୍ଡି ସାଂସଦ ଓ ସ୍ଥାନୀୟ ଜନସାଧାରଣଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.