ମା’ ଠାକୁରାଣୀ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କର୍ଲାଗୁଡାକୁ ହରାଇ କୁମଯୋର ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡାଠାରେ ମା’ ଠାକୁରାଣୀ ଯୁବ ଅନୁଷ୍ଠାନ ଦ୍ଵାରା ଚାଲିଥିବା ମା’ ଠାକୁରାଣୀ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚ୍  କର୍ଲାଗୁଡା ଓ ଜୟପାଟଣା ବ୍ଲକ କୁମଯୋର ଟିମ୍ ମଧ୍ୟରେ ଖେଳା ଯାଇଥିଲା। ଏଥିରେ କର୍ଲାଗୁଡା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୮୮ ରନ୍ ସଂଗ୍ରହ କରିଥିଲେ। ଜବାବରେ କୁମଯୋର ଟିମ୍ ୮ ଓଭରରେ ୩ ୱିକେଟ୍ ବିନିମୟରେ ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଛି। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ସମ୍ମାନୀତ ଅତିଥି ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, କୋକସରା ବିଜେପି ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ, ମଣ୍ତଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ବସନ୍ତ ନାଗ ପ୍ରମୁଖ ଯୋଗଦେଇ ଖେଲାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏବଂ ବିଜେତା ଓ ଉପବିଜେତା ଟିମ୍ କୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ମେନ୍ ଅଫ୍ ଦି ମ୍ୟାଚ୍ ମହେଶ୍ୱର ବିବେଚିତ ହୋଇଥିଲେ। ମୋହନ କୁମାର ବାଗ ଓ ଗୌରୀ ଖର୍ସେଲ ଆମ୍ପିୟର ଭାବରେ ରହି ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡ ଦାୟିତ୍ଵ ଯଦୁମଣି ସୁନାନୀ ନିର୍ବାହ କରିଥିବାବେଳେ ଖେଳର ଧାରାବିବରଣି ଭୋଜନ ନାଗ ଓ ପର୍ଶୁରାମ ନାଗ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ସୁରେନ୍ଦ୍ର ନାଗ, ଉପ ସଭାପତି ନରେଶ ବାଗ, ଭୂଷଣ ମହାନନ୍ଦ, ସୁଶାନ୍ତ ନାଗ, ଉପେନ୍ଦ୍ର ସଗଡିଆ, ଚନ୍ଦନ ନାଗ, ଜିତୁ ନାଗ, ସଞ୍ଜୟ ନାଗ, ଧନବଳ ନାଏକ, ଲାଲ ସିଂ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.