ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସରସ୍ବତୀ ଶିଶୁ ମନ୍ଦିର, ପୁରୁଷୋତ୍ତମପୁର ଠାରେ ସଂକୁଳ ସ୍ତରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆସିକା ସଂକୁଳ ଅନୁର୍ଗତ ଆସିକା, କବିସୂର୍ଯ୍ୟନଗର, ହିଂଜିଳିକାଟୁ, କଙ୍କୋରଡା, ମୁଣ୍ଡମରାଇ, ଶିକିରି, କୁକୁଡାଖଣ୍ଡି ଓ ପୁରୁଷୋତ୍ତମପୁର ଆଦି ୮ଟି ଶିଶୁ ବିଦ୍ୟା ମନ୍ଦିର ମୋଟ ୪୮ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ। ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଶିଶୁ ମନ୍ଦିର ସଭାପତି ଜଗବନ୍ଧୁ ଦଳାଇ ଅଧ୍ୟକ୍ଷତା କରିଥିଲେ। ସଂକୁଳ ସଂଯୋଜକ ତଥା ଆସିକା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନି ଶିକ୍ଷା ପରିଷଦ ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥ୍ୟ ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗଞ୍ଜାମ ବିଭାଗ କାର୍ଯ୍ୟବାହ ପ୍ରତାପ କେଶରୀ ଦାମଲ ଯୋଗ ଦେଇ ଜାତୀୟ ଶିକ୍ଷା ନୀତିର ସଫଳତା ବିଷୟରେ ମାର୍ଗଦର୍ଶନ କରିଥିଲେ। ସ୍ଥାନୀୟ ଶିଶୁ ମନ୍ଦିରର ନିରଞ୍ଜନ ଡାକୁଆଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଗଣିତ, ଇଂରାଜୀ, ସାହିତ୍ୟ, ବିଜ୍ଞାନ ଓ ସାମାଜିକ ଆଦି ମୁଖ୍ଯ ବିଷୟର ତ୍ରୁଟି ବିଦ୍ଯୁତିର ସମାଧାନ କରିଥିଲେ। ଏହା ସହ ସମ୍ପାଦକ ଡଃ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।