ସେବା ପକ୍ଷ ଅବସରରେ ୧୨୭ତମ ଶିକ୍ଷା ଚେତନା ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କାରୁଣ୍ଡ ସେବା ସଂଗଠନ, ଭବାନିପାଟଣା, ଜାତୀୟ ସେବା ଯୋଜନା,ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଇନ୍ଦ୍ରାବତୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ, ମିନଗୁର ର ସହଯୋଗରେ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସେବା ପକ୍ଷ ଅନୁଷ୍ଠିତ ହେଇଯାଇଛି। ବରିଷ୍ଠ ସମାଜସେବୀ ଇଂ ପୁରୁଷୋତ୍ତମ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ରାଜସ୍ବ ସେବା ଅଧିକାରୀ ଗଙ୍ଗାଧର ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରଥିଲେ।

ଅଧ୍ୟାପକ ଲିଙ୍ଗରାଜ ପାତ୍ର ମୁଖ୍ଯ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଗଠନ ସଭାପତି ବିରଜା ପ୍ରସାଦ ପଣ୍ଡା, ସାମ୍ବାଦିକ ସଞ୍ଜିବ ଠାକୁର, ଅଧ୍ୟାପକ ସଞ୍ଜିବ ମୁଣ୍ଡ, ସଂଗଠକ ଲଲିତ ବିଶି, ଅଧ୍ୟାପକ ମୋହନ ଚରଣ ବିଶି, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ ପ୍ରମୁଖ ଯୋଗଦେଇ ଦେଶ ଗଠନରେ ଗାନ୍ଧୀ ଜୀ ଓ ଶାସ୍ତ୍ରୀ ଜୀ ଙ୍କ ତ୍ୟାଗପୁତ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୟନ୍ତୀ ପକ୍ଷ ପାଳନ ଅବସରରେ ମହାବିଦ୍ୟାଳୟ ସ୍ତରରେ ସଂଗଠନ ତରଫରୁ ଏଭଳି ସଚେତନତାମୂଳକ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନକୁ ପ୍ରଶଂସା କରିବା ସହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ।

ଏଥିରେ ପ୍ରଶ୍ନମଞ୍ଚର ଆୟୋଜନ କରାଯାଇ ଓଡିଶା, କଳାହାଣ୍ଡି, ସଂସ୍କୃତି, ପୁରାଣ, ମହାପୁରୁଷଙ୍କ ଜୀବନୀ ଓ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ଆୟୋଜକ ସଂଗଠନ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ସଂଗଠନର ସମ୍ପାଦକ ଅବିନାଶ ମୁଣ୍ଡ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ଏହି ସେବା ପକ୍ଷ ପାଳନ ଅବସରରେ ବିଭିନ୍ନ ସେବା ମୂଳକ ଓ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସୂଚନା ଦେଇଥିଲେ। ଅଧ୍ୟାପକ ଗଣପତି ବାଗ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ବିଚାରକ ଭାବେ ଅଧ୍ୟାପକ ଜଗନ୍ନାଥ ଠାକୁର ଏବଂ ଗଣକ ଭାବେ ଅଧ୍ୟାପକ ସଦୟ ପ୍ରଧାନ ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଶିକ୍ଷା ପ୍ରେମୀ, ବୁଦ୍ଧିଜିବୀ, ସ୍ବେଚ୍ଛା ସେବି ସକ୍ରିୟ ଅଂଶଗ୍ରହଣ କରି ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ଏବଂ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଦୁଲ୍ଲଭି ହଂସ, ଦାମୋଦର ପଟେଲ, ପ୍ରଦିପ ପଣ୍ଡା, ଚୈତନ୍ୟ ମାଝି ପ୍ରମୂଖ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ସଂଗଠନର ଯୁଗ୍ମ ସଂପାଦକ ରଜତ ବଂଶଲ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.