ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଉଛି ସାରା ଦେଶ। ଦେଶ ପ୍ରତି ଏହି ଦୁଇ ମହାପୁରୁଷଙ୍କ ଅବଦାନ ଅତୁଳନୀୟ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଭବ୍ୟ ପରିବେଶ ମଧ୍ୟରେ ଉଭୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପ୍ରଧାନୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼ ବଳଭଦ୍ର ମାଝୀ ଯୋଗଦେଇ ପ୍ରଥମେ ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସେମାନଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରି ଗାନ୍ଧିଜୀଙ୍କ ଅହିଂସା, ଶାନ୍ତି ଓ ସତ୍ୟର ଆଦର୍ଶ ଆଜି ବି ସାରା ବିଶ୍ୱ ପାଇଁ ପ୍ରେରଣା କଂଗ୍ରେସ କର୍ମୀମାନେ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକସେବାରେ ନିୟୋଜିତ ରହିବା ଉଚିତ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ଼,ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟକାରୀ ସଭାପତି ସନ୍ତୋଷ ତୁଳ, ସମ୍ପାଦକ ଗଣେଶ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ ପ୍ରମୁଖ ଯୋଗଦେଇ ଦେଇଥିଲେ। ଏଥିରେ କଂଗ୍ରେସ ନେତା କର୍ଣ୍ଣ ସାହୁ, ଭାସ୍କର ଚନ୍ଦନ, ମିଥୁନ ସାହୁ, ସନ୍ୟାସୀ ବେହେରା, ରମେଶ ଅରୁଆଁ, ରାଜେଶ କରୁଆଁ, ସାଲେଶ କରୁଆଁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।





