ଜୁନାଗଡ଼ ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ

ଉଗ୍ରେସନ ବାଗ ସଭାପତି, ନାରାୟଣ ପାତ୍ର ସମ୍ପାଦକ

ଓଡ଼ିଆ ବାର୍ତ୍ତା/ ଜୁନାଗଡ (ସ୍ବାସ୍ଥିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅନ୍ତର୍ଗତ ଜୁନାଗଡ଼ ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି। ବ୍ଲକର ବିଭିନ୍ନ ଅଞ୍ଚଳର ପ୍ରତିନିଧି ଓ ସମାଜର ବରିଷ୍ଠ ବ୍ୟକ୍ତିମାନଙ୍କ ସହମତିକ୍ରମେ ନୂତନ ନେତୃତ୍ୱ ଚୟନ କରାଯାଇଛି। ଏହି ଚୟନ ପ୍ରକ୍ରିୟାରେ ଉଗ୍ରେସନ ବାଗଙ୍କୁ ଜୁନାଗଡ଼ ବ୍ଲକ ଯାଦବ ମହାସଭାର ସଭାପତି ଏବଂ ନାରାୟଣ ପାତ୍ରଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଉକ୍ତ ସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ନୃପରାଜ ଯାଦବ, କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ସାଧାରଣ ସମ୍ପାଦକ ତ୍ରିପୁରା ନାୟକ, ବରିଷ୍ଠ ଉପସଭାପତି ଅଲେଖ ଚନ୍ଦ୍ର ଗୋପାଳ, କମଳ ବାଗ, କଳମପୁର ବ୍ଲକ ଯାଦବ ମହାସଭାର ସଭାପତି କୃଷ୍ଣ ସିଂ ଲହଜଲ, ଜିଲ୍ଲା ଯୁବ ଉପସଭାପତି ଅଭିମନ୍ୟୁ ବାଗ ଏବଂ ବିଧାନ ଲହଜଲ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଜୁନାଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ଯାଦବ ସମାଜର ସଂଗଠନକୁ ଆହୁରି ସୁଦୃଢ଼ କରିବା, ସାମାଜିକ ଏକତା ବୃଦ୍ଧି କରିବା ଏବଂ ସମାଜର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ଉପରେ ସମନ୍ୱିତ ଭାବେ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା। ବ୍ଲକର ସମସ୍ତ ଅଞ୍ଚଳକୁ ସାମିଲ କରି ଏକ ସୁଦୃଢ଼ ଓ ସକ୍ରିୟ ସଂଗଠନ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହିତ ଜୁନାଗଡ଼ ବ୍ଲକ ଯାଦବ ସମିତିର ସମ୍ପୂର୍ଣ୍ଣ କମିଟି ଅତିଶୀଘ୍ର ଗଠନ କରାଯିବ ବୋଲି ସଭାରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନୂତନ ଭାବେ ମନୋନୀତ କର୍ମକର୍ତ୍ତାମାନେ ସମାଜର ସମସ୍ତଙ୍କୁ ସାଙ୍ଗରେ ନେଇ ସଂଗଠନକୁ ଆହୁରି ମଜବୁତ କରିବା ସହିତ ସାମାଜିକ ଏକତା, ଭାଇଚାରା ଓ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.