ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ସଦରରେ କାର୍ଯ୍ୟରତ ଶିଶୁ ବିକାଶ ଅଧିକାରୀ ମମତା ରାଣୀ ଦାସ ଗୁଣୁପୁରକୁ ବଦଳି ହୋଇଛନ୍ତି। ତେଣୁ ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କଲ୍ୟାଣସିଂହପୁର ବ୍ଲକ ଅଧିନସ୍ତ ଜଗନ୍ନାଥପୁର, ଶିକରପାଇ ଓ କଲ୍ୟାଣସିଂହପୁର ତିନଟି ଅଙ୍ଗନୱାଡି ସେକ୍ଟରର ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏଥିରେ ତିନଟି ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ବିଦାୟୀ ସିଡ଼ିପିଓ ଶ୍ରୀମତୀ ଦାସଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସେ ସୁପରଭାଇଜର ରେଣୁବାଳା ପରିଡ଼ାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି।





