ଶିକରପାଇ ବିଦ୍ୟାଳୟରେ ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀ ସହ ସାମର୍ଥ ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଇକୋ କ୍ଲବ ତରଫରୁ ସାମର୍ଥ ଶିବିର ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ ପକ୍ଷରୁ ପ୍ରଥମେ ଜାତୀୟପିତା ମହାତ୍ମାଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ କରିବା ପରେ ଉକ୍ତ ସାମର୍ଥ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଜଗତରନାଥ ଶ୍ରୀ ଜଗନ୍ନାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅତିଥି ମାନେ ଲାଉ ରେ ତିଆରି କରାଯାଇଥିବା ବିଭିନ୍ନ ସାମଗ୍ରୀ ଓ ବାଉଁଶରେ ତିଆରି ଜିନିଷ ପଦର୍ଶନୀ କୁ ବୁଲି ଦେଖିଥିଲେ । ଉକ୍ତ ଶିବିରରେ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଲାଉରେ ପ୍ରସ୍ତୁତ ଜିନିଷରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ କଳାକାର ହିମାଂଶୁ ଶେଖର ପାଣ୍ଡିଆ ରହିଥିଲେ । ଅତିରୀକ୍ତ ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ସେଠୀ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କେ,ଚେଲାପତି,ଆଞ୍ଚଳିକ ସାଧନ ସଂଯୋଜକ ଉମାକାନ୍ତ ବେହେରା,ବରିଷ୍ଠ ବାଉଁଶ କାରିଗର ରାଜାରାଓ ବଚ୍ଛା,ଲକ୍ଷ୍ମୀ ବଚ୍ଛା, ବିଦ୍ୟାଳୟ ର ଉପାଧ୍ୟକ୍ଷା ମାନିନି କୌଶଲ୍ୟା ସଂମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ । ଶିକରପାଇ କ୍ଲୋଷ୍ଟଟର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ଲକରେ ଥିବା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରାୟ ୫୦ଜଣ ଉପସ୍ଥିତ ରହିଥିଲେ । ଏହି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପ୍ଲାଷ୍ଟିକ ଜିନିଷର ବ୍ୟବହାର ଛାଡିବା ନିମନ୍ତେ ବାଉଁଶ ଓ ଲାଉ ରେ କିପରି ଘରୋଇ ଉପକରଣ ତିଆରି କରାଯିବ ତାହା ତାଲିମ ପ୍ରଦାନ କରାଯାଇଛି । ଏମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଅତିଥିଙ୍କ ଦ୍ୱାରା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦେବା ସହ ତିନିଜଣ ସାମ୍ବାଦିକ ସନ୍ତୋଷୀ ସାହୁ, ମାଲେଶ କୌଶଲ୍ୟା, ନରସିଂହ ନାଥ ମହାପାତ୍ର ଙ୍କୁ ମଧ୍ୟ ଉତ୍ତରୀୟ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମ ରେ ତାପସ କୌଶଲ୍ୟା ମଞ୍ଚ ପରିଚାଳନା କରିଥିବା ବେଳେ ତାପସ କୁମାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.