ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି। ସକାଳ ୫:୦୦ ଘଣ୍ଟା ସମୟରେ ଗାନ୍ଧୀ ଛକ ଠାରୁ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଶତାଧିକ ଯୋଗୀ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ। ଶୋଭାଯାତ୍ରା ଷ୍ଟାଡିୟମ୍ ପହଞ୍ଚିଲା ପରେ ଭାରତର ଦ୍ୱିତୀୟ ପ୍ରଧାନ ମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶାସ୍ତ୍ରୀଜୀଙ୍କ ଭାରତ ପ୍ରତି ଅବଦାନ ବିଷୟରେ ବକ୍ତାମାନେ ମତ ରଖିଥିଲେ। ଶାସ୍ତ୍ରୀଜୀଙ୍କ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ପୁଣି ଥରେ ଗାନ୍ଧୀ ଛକ ଅଭିମୁଖେ ବାହାରି ଗାନ୍ଧୀ ପ୍ରମୋଦ ଉଦ୍ୟାନ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଥିଲା। ପରିଶେଷରେ ଗାନ୍ଧୀ ଛକ ପହଞ୍ଚିଲା ପରେ ଗାନ୍ଧୀ ଛକ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିକଟ ଅତୀତରେ ସମ୍ମାନିତ ହୋଇ ଥିବା ବିଶିଷ୍ଟ ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ରଙ୍କ ଦ୍ଵାରା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କଳାହାଣ୍ଡି ଭାରତ ସ୍ୱାଭିମାନ ଟ୍ରଷ୍ଟ ପ୍ରଭାରୀ ଅଶୋକ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଥିବାବେଳେ କଳାହାଣ୍ଡି ପତଞ୍ଜଳି ଯୋଗ ସମିତି ପ୍ରଭାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ମୁଖ୍ୟ ପୃଷ୍ଠପୋଷକ ଶିଶିର ପାଟ୍ଟଯୋଷୀ, ଜିଲ୍ଲା ମହାମନ୍ତ୍ରୀ ଗଜେନ୍ଦ୍ର ପାଢ଼ୀ, ଜିଲ୍ଲା ସାଂଗଠନିକ ସମ୍ପାଦକ ଦଧିଚନ୍ଦ୍ର ସାହୁ, ସ୍ୱାଭିମାନ ଟ୍ରଷ୍ଟ ସହ ପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ, କୋଷାଧ୍ୟକ୍ଷ ରମାକାନ୍ତ ପାଢ଼ୀ, ପତଞ୍ଜଳୀ ଯୋଗ ସମିତି ସହ ପ୍ରଭାରୀ ହେମନ୍ତ କୁମାର ମିଶ୍ର ତଥା ଅନ୍ୟାନ୍ୟ ଯୋଗୀ ଭାଇ ଭଉଣୀ ଉପସ୍ଥିତ ଥିଲେ। ସ୍ୱାଭିମାନ ଟ୍ରଷ୍ଟ ସହ ପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।






