ରାୟଗଡାର ରାଜେଶ ପାଢ଼ୀଙ୍କୁ ପିଏଚଡି ଉପାଧି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ନିର୍ଦେଶକ ରାଜେଶ କୁମାର ପାଢ଼ୀଙ୍କୁ ଫ୍ରାନ୍ସ ଦେଶର ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶ୍ଵବିଦ୍ୟାଳୟ ତରଫରୁ ସମ୍ମାନଜନକ ପି.ଏଚ୍.ଡି ଉପାଧି ପ୍ରଦାନ କରାଯାଇଛି। ଶ୍ରୀ ପାଢ଼ୀ ରାଜ୍ୟର ଆଦିବାସୀ ବହୁଳ ଦକ୍ଷିଣାଞ୍ଚଳ ଜିଲ୍ଲା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ ସମେତ ନବରଙ୍ଗପୁର ଓ ମାଲକାନଗିରି ଭଳି ପଛୁଆ ଜିଲ୍ଲା ଗୁଡ଼ିକରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବାରୁ ତାଙ୍କୁ ରାଜଧାନୀ ଦିଲ୍ଲୀ ସ୍ଥିତ ସେଣ୍ଟର୍ ଫର୍ ଏଜୁକେସନ ଡେବଲପମେଣ୍ଟ ତରଫରୁ ଆୟୋଜିତ ଶିକ୍ଷା ଭୂଷଣ-୨୦୨୩ କାର୍ଯ୍ୟକ୍ରମର ଶିକ୍ଷ୍ୟା ବିଭାଗରେ ଶ୍ରୀ ପାଢ଼ୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଶ୍ରୀ ପାଢ଼ୀ ବିଭିନ୍ନ ସାମାଜିକ ଉନ୍ନତି କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହ ନିର୍ଦେଶକ ଭାବେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ଜରିଆରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରି ସ୍ବାବଲମ୍ବୀ କରିବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଶ୍ରୀ ପାଢ଼ୀ ଜଣେ ସଫଳ ଶିକ୍ଷାବିତ ଭାବେ ସ୍ୱତନ୍ତ୍ର ପରିଚୟ ହସଲ କରୁଥିବା ବେଳେ ଜିଲ୍ଲାର ବିଭିନ୍ନ ସମାଜସେବୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନର ମଧ୍ୟ ପରିଚାଳନା ମଣ୍ଡଳୀରେ ଥାଇ ନିଜ ଦାୟିତ୍ଵ ସୁଚାରୁରପେ ପ୍ରତିପାଦନ କରିଛନ୍ତି । ଜିଲ୍ଲା ସାହିତ୍ୟ ଏକାଡେମିର ସଦସ୍ୟ, ଲୟନ୍ସ କ୍ଲବ୍ ପୂର୍ବତନ ସଭାପତି, ଜିଲ୍ଲା ଲୋକ ଅଦାଲତ ସଦସ୍ୟ, ମୋ ସ୍କୁଲ ଅଭିଯାନ ଆଲୁମିନି ସଂଘ ସଭାପତି ଭଳି ଅନେକ ପଦପଦବୀରେ ରହି ଶ୍ରୀ ପାଢ଼ୀ ନିଜ ଦାୟିତ୍ଵ ସମ୍ପାଦନ କରିଛନ୍ତି । ଏଭଳି ଶିକ୍ଷା ଓ ସାମାଜିକ ଉନ୍ନତି କ୍ଷେତ୍ରରେ ଶ୍ରୀ ପାଢ଼ୀଙ୍କ ପ୍ରତେକ୍ଷ ପରାକାଷ୍ଠା ପାଇଁ ଫ୍ରାନ୍ସର ଦି ଥେମିସ ବିଶ୍ଵବିଦ୍ୟାଳୟ ତରଫରୁ ଶ୍ରୀ ପାଢ଼ୀଙ୍କୁ ଏହି ଉପାଧୀ ପ୍ରଦାନ କରାଯାଇଛି । ତେବେ ଏହି ସଫଳତା ପାଇଁ ଶ୍ରୀ ପାଢ଼ୀଙ୍କ କନିଷ୍ଠ ଭାଇ ତଥା ଜୟପୁର ସକଳ ସଂସ୍କରଣ ମୁଖ୍ୟ ରାକେଶ କୁମାର ପାଢ଼ୀ, ବାପା, ମା, ପରିବାର ବର୍ଗଙ୍କ ସମେତ ସହରର ଅନ୍ୟ ବିଶିଷ୍ଟ ବ୍ୟକ୍ତ ବିଶେଷମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.